ମନ ମୋହୁଛି ଗୃହିଣୀଙ୍କ ପନିପରିବା ବଗିଚା

ପାଟଣା : ଜଣେ ସଫଳ ଗୃହିଣୀ ଭାବେ ପାଟଣାର ଧରିତ୍ରୀ ମିଶ୍ର(୪୫)ଙ୍କ ଘର ବାଡ଼ିରେ ପନିପରିବା ଓ ଫୁଲ ବଗିଚା ଅଞ୍ଚଳବାସୀଙ୍କ ମନ ମୋହୁଛି। ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ କାର୍ଯ୍ୟରତ ବଜେନ୍ଦ୍ର ପତିଙ୍କ ଧର୍ମ ପତ୍ନୀ ଧରିତ୍ରୀ ମିଶ୍ରଙ୍କ ସହ ଏକ ମାତ୍ର କନ୍ୟା ତଥା ମେଧାବୀ ଛାତ୍ରୀ ଆକାଂକ୍ଷାକୁ ନେଇ ହସିଲା ପୁରିଲା ଏହି ଛୋଟିଆ ପରିବାର ଭିତରେ ଧରିତ୍ରୀଙ୍କ ହାତ ସ୍ପର୍ଶରେ ତାଙ୍କ ଘର ବାଡ଼ିରେ ହୋଇଥିବା ପନିପରିବା ଓ ଫୁଲ ବଗିଚା ସମସ୍ତଙ୍କ ମନ ମୋହୁଛି। ବାଡ଼ିରେ ଧଣିଆ, ବିମ୍, ଗୁଆଁର, ରସୁଣ, ପିଆଜ ଠାରୁ ଆରମ୍ଭ କରି ମୂଳା ଗାଜର ଯାଏଁ ଲଗାଯାଇଥିବା ବେଳେ ପାଖାପାଖି ୪ ଡିସିମିଲ ଜାଗାରେ ପନିପରିବା ସହ ୭୦ ରୁ ୭୫ ପ୍ରକାରର ଫୁଲ ଗଛ ଶୋଭା ପାଉଛି। ଧରିତ୍ରୀଙ୍କ ଏହି କାମ ପାଇଁ ତାଙ୍କ ଅବସର ସମୟ ଉପଯୋଗ କରୁଥିବାରୁ ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ହୋଇଛି।

Comments are closed.