ରବି ଋତୁରେ ୪୩ଟନ୍‌ ପରିବା ଉତ୍ପାଦିତ, ‘ଆମ କୃଷି’ ​ହେଲ୍‌ପଲାଇନ୍‌ ଜାରି

ଭୁବନେଶ୍ବର: ଚଳିତ ରବି ଋତୁରେ ରାଜ୍ୟରେ ଭଲ ଫସଲ ଅମଳ ହୋଇଛି । ସମୁଦାୟ ୪୩ ଲକ୍ଷ ମେଟ୍ରିକ୍‌ ଟନ୍‌ ପନିପରିବା ଉତ୍ପାଦିତ ହୋଇଛି । ବିପଣନ ଉଦ୍ଦେଶ୍ୟରେ ବ୍ୟବସାୟୀମାନଙ୍କ ସହିତ କୃଷକମାନଙ୍କୁ ସଂଯୁକ୍ତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ େୱବ୍‌ପୋର୍ଟାଲ୍‌ ଙ୍ଗଙ୍ଗଙ୍ଗ.କ୍ଟୟସଷକ୍ଟକ୍ସଗ୍ଧଜ୍ଞବକ୍ସଳରଗ୍ଧସଦ୍ଭଶ.ଦ୍ଭସମ.ସଦ୍ଭ ଆରମ୍ଭ କରାଯାଇଛି । ଏହି ପୋର୍ଟାଲ୍‌ରେ ବର୍ତ୍ତମାନ ସୁଦ୍ଧା ୧୨୪୬ ଜଣ ବ୍ୟବସାୟୀ ପଞ୍ଜୀକରଣ କରିଥିବାବେଳେ ୮୮୨ରୁ ଊର୍ଦ୍ଧ୍ୱ ଚାଷୀ ୬୧,୦୦୦ କ୍ୱିଣ୍ଟାଲ୍‌ ପନିପରିବା ଉତ୍ପାଦନ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି । ପୋର୍ଟାଲ୍‌ ମାଧ୍ୟମରେ ଏପର୍ୟ୍ୟନ୍ତ ୭୫୦୦ କ୍ୱିଣ୍ଟାଲ୍‌ ଉତ୍ପାଦ ବିକ୍ରି ହୋଇସାରିଲାଣି । ରାଜ୍ୟର ୩୦ଟି ଜିଲ୍ଲାରେ ଉଦ୍ୟାନକୃଷି ସଂପର୍କିତ ଦୈନନ୍ଦିନ ବିପଣନ କାର୍ୟ୍ୟ ତଦାରଖ କରିବା ପାଇଁ ୩୦ ଜଣ ନୋଡାଲ୍‌ ଅଫିସରଙ୍କୁ ମନୋନୀତ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଚାଷୀଭାଇମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ରୋଗପୋକ ପରିଚାଳନା, ମଣ୍ଡି ପଞ୍ଜୀକରଣ ଓ ପନିପରିବାର ପରିବହନ ତଥା ବିକ୍ରୟ ସଂପର୍କିତ ପରାମର୍ଶ ଦେବା ପାଇଁ ଏକ ଟୋଲ୍‌ ଫ୍ରି ହେଲପ୍‌ଲାଇନ୍‌ ‘ଆମ କୃଷି’: ୧୮୦୦-୧୦୨-୫୧୬୬ ଅହୋରାତ୍ର କାର୍ୟ୍ୟ କରୁଛି ।

Comments are closed.