ଚାଷୀଙ୍କ ହରତାଳ ; ସାର ପାଇଁ ଘଣ୍ଟାଏ ରାଜରାସ୍ତାରେ ବସିଲେ

ଭଂଜନଗର : ସାର ପାଇଁ ଭଂଜନଗରରରେ ହରତାଳ ପରିସ୍ଥିତି ସୃଷ୍ଟି ହୋଇଛି। ଶହ ଶହ ସଂଖ୍ୟାରେ ଚାଷୀ ଭଂଗଜନଗର  ସହର ଉପକଣ୍ଠ ତଥା ବେଲଗୁଣ୍ଠା ରାସ୍ତାର ଜିଲ୍ଲା କୃଷି ବିଭାଗ ଅଫିସ ସମ୍ମୁଖରେ ଥିବା ଏକ ସାର ଏଜେଣ୍ଟ ଗୋଦାମ ନିକଟରେ ଭିଡ ଜମାଇ ଶେଷରେ ପ୍ରତିବାଦ ସ୍ୱରୂପ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ଉତ୍ତ୍ୟକ୍ତ ଚାଷୀମାନେ ଦୀର୍ଘ ୧ ଘଣ୍ଟା ଧରି ଏହି ମୁଖ୍ୟ ରାସ୍ତା ଉପରେ ଗଣଧରଣାରେ ବସି ରହିଥିଲେ। ଚାଷୀଙ୍କ ପ୍ରବଳ ପାଟିତୁଣ୍ଡ ଓ ହାହୋଲା ପରିସ୍ଥିତି ଯୋଗୁଁ ଏକ ପ୍ରକାର ଅସ୍ୱଭାବିକ ବାତାବରଣ ସୃଷ୍ଟି ହୋଇଥିଲା। ଚାଷୀମାନେ ଏହି ଜନଗହଳିପୂର୍ଣ୍ଣ ରାଜରାସ୍ତା ଉପରେ ବସି ରହି ସାର ଯୋଗଇବାକୁ ଦାବି କରିଥିଲେ। ଚାଷୀଙ୍କ ରାସ୍ତା ଅବରୋଦ୍ଧ ଯୋଗୁଁ ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଯାନବାହାନ  ଅଟକି ରହି ଯାତ୍ରୀମାନେ ନାହିଁ ନ ଥବା ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଥିଲେ। ଭଂଜନଗର-ବେଲଗୁଣ୍ଠ-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ କିଛି ସମୟ ପାଇଁ ଯାତାୟତ ଠପ୍ ହୋଇ ଯାଇଥିଲା। ଏହି ସମୟରେ ଉପସ୍ଥିତି ଥିବା ଜଣେ ମାତ୍ର ପୁଲିସ୍ କର୍ମଚାରୀ ବହୁ ସଂଖ୍ୟାରେ ଚାଷୀଙ୍କୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇ ପଡିଥିଲା। ଏହି କର୍ମଚାର ଜଣଙ୍କ ତତ୍କାଳ ଥାନାରେ ପହଁଚି ଥାନା ଅଧିକାରୀଙ୍କୁ ଅବଗତ କରିବା ପରେ ବହୁ ସଂଖ୍ୟାରେ ପୁଲିସ୍ କର୍ମଚାରୀ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଧାନ ଫସଲର ଉର୍ବରତା ପାଇଁ ଚାଷୀଙ୍କୁ ଏବେ ୟୁରିଆ ସାରର ଅବଶ୍ୟତା ରହିଥିବା ବେଳେ ଚଳିତ ବର୍ଷର କଭୋଡି ପରିସ୍ଥିତି ଯୋଗୁଁ  ଅବଶ୍ୟକ ପରିମାଣରେ ସାର ଉତ୍ପାଦନ ହୋଇ ନ ପରି ସର୍ବତ୍ର ଘୋର ଅଭାବ ଦେଖା ଦେଇଛି। ସାରର ଏପରି ଅଭାବ ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ବ୍ୟପାକ କଳାବଜାରୀ କରି ବସ୍ତା ପିଛା ୩୫୦ ଟଙ୍କାରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥିବାର ଅଭିଯୋଗ ହୋଇଛି। ଏହି ସବୁ କଳବଜାରୀଙ୍କୁ ରୋକିବା ନିମନ୍ତେ ସ୍ଥାନୀୟ କୃଷି ବିଭାଗ ଓ ପ୍ରଶାସନ ତରଫରୁ ବିଭିନ୍ନ ଜାଗାରେ ଚଢଉ କରାଯାଇ ଶହ ଶହ ସଂଖ୍ୟାରେ ସାର ବସ୍ତା ସୁଲ କରାଯିବା ସହ କିଛି ସ୍ଥାନରେ ଫୌଜଦାରୀ ମକଦ୍ଧମା ରଜ୍ଜୁ ହୋଇଥିବା କଥା କୃଷି ଜିଲ୍ଲା ଅଧିକାରୀ ଅର୍ଜୁନ ବିଷୋୟୀ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ ଏକ ୨୨୫ ବସ୍ତା ୟୁରିଆ ସାର ବେଝେଇ ଏକ ଟ୍ରକ ଏହି ଡ୍ରିଲରଙ୍କ ଗୋଦାମ ସମ୍ମୁଖରେ ପହଁଚିବା ପୂର୍ବରୁ ଏଠାରେ ପ୍ରାୟ ୨୦୦ରୁ ଉର୍ଦ୍ଧ ଚାଷୀ ସାର ନେବା ପାଇଁ ଅପେକ୍ଷା କରି ରହିଥିଲେ। ତେବେ, ଟ୍ରକରୁ ସାର ଖାଲି କରି ଡ୍ରିଲର ନିଜ ଗୋଦାମରେ ରଖିବା ପରେ ଚାଷୀଙ୍କୁ ସାର ପ୍ରଦାନ ବେଳେ ଉତ୍ତେଜନା ଆଶାଙ୍କା ନେଇ ଗୋଦାମର ତାଲା ବନ୍ଦ କରି ଦେଇଥିଲେ। ଡ୍ରିଲର ଗୋଦାରମ ତାଳା ବଂଦ କରିବାର ଦୃଶ୍ୟ ଚାଷୀମାନେ ଦେଖି ଉତ୍ୟକ୍ତ ହୋଇ ଉଠିଥିଲେ। ସେମାନେ ସାର ନେବା ପାଇଁ ଅପେକ୍ଷା କରି ରହିଥିବା ବେଳେ ଡ୍ରିଲରଙ୍କ ତାଲା ବଂଦ ପରିସ୍ଥିତି ନେଇ ଅପେକ୍ଷାରତ ଚାଷୀମାନେ ପ୍ରତିବାଦ କରି ହାହୋଲା ଆରମ୍ଭ କରିଥିଲେ। ସେମାନେ ଏକତ୍ରିତ ହୋଇ ରାଜରାସ୍ତା ଉପରେ ବସି ରହିଥିଲେ। ଦୀର୍ଘ ଏକ ଘଣ୍ଟା ଧରି ଚାଷୀଙ୍କ ରାସ୍ତା ଅବରୋଦ୍ଧ, ହାହୋଲା ଓ ଚାପା ଉତ୍ତେଜନା ଲାଗି ରହି ଯାତାୟତ ଠପ୍ ହୋଇ ଯାଇଥିଲା। ଏହି ସମୟରେ ପୁଲିସ୍ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରି ନେଇଥିଲା। ସୂଚନା ଯୋଗ୍ୟ ଯେ ଆଜି ସକାଳେ ଅନୂରୁପ ଭାବେ ସାନକୋଦଣ୍ଡାରେ ସାର ପାଇବା ପାଇଁ ୧ ହଜାର ଚଷୀ ରୁଣ୍ଡ ହୋଇଥିଲେ। ଚାଷୀଙ୍କ ତୁଳନାରେ ସାର କମ ଥିବାର ଡ୍ରିଲର ପୁଲିସର ସହାୟତ ନେଇଥିଲେ ହେଁ ସେଠାରେ ସାର ବଣ୍ଟନ ହୋଇ ପାରି ନଥିଲା। ଦୀର୍ଘ ସମୟଧରି ଚାଷୀଙ୍କ ମଧ୍ୟରେ ହାହୋଲା ଓ ତ୍ତତ୍ତେଜନା ଲାଗି ରହିବାରୁ ସେଠାରେ ସାର ଯୋଗଣକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଥିଲା। ଅପରାହ୍ନରେ ସେହିପରି କୁଳାଡ ଠାରେ ମଧ୍ୟ ଚାଷୀ ସାର  ନେବାକୁ ଆସି ଚାପା ଉତ୍ତେଜନା ବୃଦ୍ଧି ପାଇଥିବାରୁ ପୁଳିସ୍ ସେଠାରେ ପହଁଚି ପରିସ୍ଥିତି ନିନ୍ତୟଣ କାରିବା ବଳେ ଭଂଜନଗର ଅବସ୍ଥା ଜଟିଳ ହୋଇ ପଡିଥିଲା। ତେବେ, ଏକ ସପ୍ତାହ ମଧ୍ୟରେ ଓଡିଶାର ଧାମରା ଓ ପାରାଦୀପ ବନ୍ଦରରେ ୨ଟି ଜହାଜରେ ସାର ବେଝେଇ ହୋଇ ଆସୁଛି। ପ୍ରତ୍ୟେକଟିରେ ୩୦ ହଜାର ଲେଖାଁଏ ଏପରି ୬୦ ହଜାର ମେଟ୍ରିକ୍ ଟନ୍ ସାର ପହଁଚିବ। ଫଳରେ ଆଉ  ସାରର  ଅଭାବ ରହିବ ନାହିଁ ବୋଲି କୃଷି ଅଧିକାରୀ ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତି।

Comments are closed.