ଆସନ୍ତାକାଲି କୃଷକ-ସରକାର ବୈଠକ, କୃଷିମନ୍ତ୍ରୀ ତୋମାର ଆଶାବାଦୀ

କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ଅନ୍ୟ କ’ଣ ଆବଶ୍ୟକତା ରହିଛି, ସେ ସମ୍ପର୍କରେ କୃଷକ ସଙ୍ଗଠନଗୁଡ଼ିକ ସରକାରଙ୍କୁ ଜଣାଇପାରିବେ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଗତକାଲି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ତୋମାର କୃଷକ ସଙ୍ଗଠନଗୁଡ଼ିକୁ ଅନୁରୋଧ କରି କହିଛନ୍ତି, ସେମାନେ ଚାହିଁଲେ କୃଷି ଆଇନର ପ୍ରତ୍ୟେକଟି ଧାରା ଉପରେ ତର୍ଜମା କରିବାପାଇଁ ସରକାର ପ୍ରସ୍ତୁତ ଅଛନ୍ତି।

ଗତ ବୈଠକରେ ସରକାର-କୃଷକ ଆଲୋଚନା ଅମୀମାଂଶିତ ଭାବେ ଶେଷ ହୋଇଥିବା ବେଳେ ଆସନ୍ତାକାଲି ହେବାକୁ ଥିବା ବୈଠକ ପୂର୍ବରୁ ମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ପୂର୍ବରୁ ସରକାରଙ୍କ ପକ୍ଷରୁ ଆନ୍ଦୋଳନରତ କୃଷକମାନଙ୍କୁ ବିଭିନ୍ନ ବିଷୟରେ ତଥ୍ୟ ଦିଆଯାଇଥିଲେ ମଧ୍ୟ ଆଗାମୀ ବୈଠକରେ କୌଣସି ନିଷ୍କର୍ଷ ବାହାରିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।

Comments are closed.