ଉପମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍‌ ଖୋଳିଦେଲେ କୃଷକ

ଚଣ୍ଡୀଗଡ଼: କୃଷି ଆଇନକୁ ନେଇ ହରିୟାଣାରେ ବିଭିନ୍ନ କୃଷକ ସଂଗଠନ ରାଜ୍ୟ ସରକାରଙ୍କୁ ବିରୋଧ ଜାରି ରଖିଛନ୍ତି। ଅମ୍ବାଲାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଚାଷୀମାନେ ଘେରାଉ କରିଥିବାବେଳେ ଗୁରୁବାର ଉପମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍‌କୁ ଖୋଳି ଦେଇଛନ୍ତି।

ଗୁରୁବାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଜୀନ୍ଦର ଉଚାନା ଅଞ୍ଚଳରେ ଏକ ବିବାହ ସମାରୋହକୁ ଆସିବାର ଥିଲା। ଉଚାନାର କରାସିନ୍ଧୁ ଗାଁରେ ବିବାହ ଉତ୍ସବ ଥିଲା। ଉପମୁଖ୍ୟମନ୍ତ୍ରୀ ଏଠାକୁ ଆସିବାର ଖବର ମିଳିବା କ୍ଷଣି ଶତାଧିକ ଚାଷୀ କରାସିନ୍ଧୁ ଗାଁ ଏବଂ ଶିୱାନିଆ ପବ୍ଲିକ ସ୍କୁଲ ପରିସରରେ ଏକାଠି ହୋଇଯାଇଥିଲେ। ସରକାର ମୁର୍ଦ୍ଦାବାଦ, ଦୁଷ୍ୟନ୍ତ ଗୋ-ବ୍ୟାକ୍‌ ନାରା ଦେଇଥିଲେ। ଏହା ପରେ କୃଷକମାନେ ଦୁଷ୍ୟନ୍ତଙ୍କ ହେଲିକପ୍ଟର ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ୍‌କୁ ଖୋଳି ଦେଇଥିଲେ।

Comments are closed.