କୃଷକ ସଂଗଠନକୁ ମିଳୁଥିବା ବିଦେଶୀ ଅନୁଦାନକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡିକ ମଧ୍ୟରୁ​‌ କେତେକ ସଂଗଠନ ବିଦେଶରୁ ଅନୁଦାନ ପାଉଛନ୍ତି। ବିଦେଶରୁ ଅନୁଦାନ ଗ୍ରହଣ କରିବାକୁ ନେଇ କେନ୍ଦ୍ରୀୟ ଏଜେନ୍ସି ପ୍ରଶ୍ନ ଉଠାଇଛନ୍ତି। କେଉଁ ଆଧାରରେ ବିଦେଶୀ ଅନୁଦାନ ଗ୍ରହଣ କରାଯାଉଛି ସେସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ସମ୍ପୃକ୍ତ ସଂଗଠନକୁ କୁହାଯାଇଛି। ଭାରତୀୟ କିଷାନ ୟୁନିୟନ (ଏକତା ଉଗ୍ରାହନ) ନାମକ ସଂଗଠନ ବିଦେଶରୁ ଅନୁଦାନ ଗ୍ରହଣ କରିଥିବାବେଳେ ଏହାକୁ ନିଜର ପଞ୍ଜୀକରଣ ତଥ୍ୟ ଦେବାକୁ କୁହାଯାଇଛି। ବିଦେଶରୁ ଅନୁଦାନ ଗ୍ରହଣ ନିମନ୍ତେ ଏଫସିଆରଏ ଆଧାରରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। କେନ୍ଦ୍ରୀୟ ଏଜେନ୍ସି ପଞ୍ଜୀକରଣ ତଥ୍ୟ ମାଗିବାକୁ ନେଇ ସଂଗଠନ ସଭାପତି ଯୋଗୀନ୍ଦର ଉଗ୍ରାହନ ଓ ଏହାର ସମ୍ପାଦକ ସୁଖଦେବ ସିଂହ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ କୃଷକଙ୍କ ଆନ୍ଦୋଳନକୁ ଦମନ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଶକ୍ତି ପ୍ରୟୋଗ କରୁଛନ୍ତି।

Comments are closed.