କୃଷକଙ୍କ ପାଇଁ ଖୋଲିଲା ୱେବ୍‌ସାଇଟ

ଭୁବନେଶ୍ଵର : କୋଭିଡ୍‌-୧୯ ସମୟରେ ଫଳ, ପନିପରିବା, ଫୁଲ, ମସଲା ଇତ୍ୟାଦି ଉଦ୍ୟାନଭିତ୍ତିକ ଫସଲର ଉପଯୁକ୍ତ ବିକ୍ରିବଟା ପାଇଁ ଏକ ୱେବ୍‌ସାଇଟ odihortmarketing.nic.in ଖୋଲାଯାଇଛି। ରାଜ୍ୟ ସରକାର ଏହି ୱେବ୍‌ସାଇଟ୍‌କୁ ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି। ଓଡ଼ିଶାର ୩୦ଟି ଜିଲାର ଉଦ୍ୟାନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଜିଲାରେ ବିକ୍ରିଯୋଗ୍ୟ ଉତ୍ପାଦିତ ଦ୍ରବ୍ୟକୁ ଏହି ୱେବ୍‌ସାଇଟରେ ଦର୍ଶାଇବେ, ଯାହାକି ସଂପୃକ୍ତ ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ଏବଂ ସେମାନେ ବିଭାଗୀୟ ଜିଲାସ୍ତରୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗପୂର୍ବକ ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କ ରଖି ବିକ୍ରିବଟା କରିପାରିବେ। ଏହି ୱେବ୍‌ସାଇଟରେ ବର୍ତ୍ତମାନ ୧୫୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀଙ୍କ ତାଲିକା ଉପଲବ୍ଧ ହେଉଛି।

Comments are closed.