ସମର୍ଥନରେ ସାଇନବାଗ ଦାଦି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ସମର୍ଥନରେ ବାହାରିଛନ୍ତି ସାଇନବାଗର ବିଲକିସ ଦାଦି। ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ବିକ୍ଷୋଭରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଥିବା ଏହି ବୃଦ୍ଧା ଜଣଙ୍କ ମଙ୍ଗଳବାର କୃଷକଙ୍କ ଆନ୍ଦୋଳନରେ ଯୋଗଦେବାକୁ ବାହାରିଥିଲେ। ଆନ୍ଦୋଳନରେ ଯୋଗ ଦେବାକୁ ଯାଉଥିବାବେଳେ ଦିଲ୍ଲୀ ପୁଲିସ ବିଲକିସଙ୍କୁ ଅଟକାଇଥିଲା। ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ବିଲକିସଙ୍କୁ ଦିଲ୍ଲୀ-ହରିୟାଣାର ସିଙ୍ଘୁ ସୀମାରେ ଅଟକ ରଖାଯାଇଥିଲା; ମାତ୍ର ପରେ ତାଙ୍କୁ ମୁକ୍ତ କରାଯାଇଥିଲା।

Comments
Loading...