ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

0

ଗଜପତି : ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମରେ ବିଷ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଚାଷୀ କେ.ଶ୍ରୀନିବାସ ରାଓ ତିତିଲି ବାତ୍ୟାରେ ଧାନ ଫସଲ ନଷ୍ଟ ହେବା କାରଣରୁ ଆତ୍ମହତ୍ୟା କରିଥିବା ସ୍ତ୍ରୀ କେ.କୌଶଲ୍ୟା କହିଛନ୍ତି। ପ୍ରଥମେ ତାଙ୍କୁ ପାରଳା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା ପରେ ବ୍ରହ୍ମପୁରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଛେଦ ପରେ ପରିବାର ଲୋକେ ଓ ଗ୍ରାମବାସୀ ଶବକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରି ରାସ୍ତା ରୋକ କରିଛନ୍ତି।

Leave A Reply