ଚକଡା ପାଇଁ ଚାଷୀ ଆତ୍ମହତ୍ୟା ଅଭିଯୋଗ

0

ବିନିକା : ଚକଡା ପାଇଁ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ବିନିକା ବ୍ଲକ ସିଂହିଯୁବା ଗ୍ରାମର ଭୁତୁଲୁ କର୍ଣ୍ଣ। ଧାନ କାଟିବାକୁ ଯାଇଥିବା ବେଳେ ବିଲରେ ଥିବା ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ଗତବର୍ଷ ଚକଡା ଓ ମରୁଡି ଜନିତ କ୍ଷତି ପାଇଁ ସେ ସହାୟତା ପାଇ ନଥିଲେ। ଚଳିତ ବର୍ଷ ମୋଟ ୨ ଏକର ଜମିରେ ଚାଷ କରିଥିଲେ। ଚାଷ ଜମିରେ ଚକଡା ପୋକ ଲାଗିଯିବାରୁ ସେ ସର୍ବଦା ଚିନ୍ତିତ ରହୁଥିଲେ। ଚାଷ କାର୍ଯ୍ୟ ପାଇଁ ସେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଓ ହାତ ଉଧାର କରି ମୋଟ ୨ ଲକ୍ଷ ୫୦ ହଜାର ଟଙ୍କାର ଧାର କରିଥିଲେ। ଋଣ ସୁଝିବା ଚିନ୍ତାରେ ଆତ୍ମହତ୍ୟା କରିଥିବାର ତାଙ୍କ ପତ୍ନୀ ଓ ପୁଅ ଅଭିଯୋଗ କରିଛନ୍ତି।

 

Leave A Reply