ସ୍ତ୍ରୀ ଆଖି ସାମ୍ନାରେ ଚାଲିଗଲା ସ୍ବାମୀ ଜୀବନ

0

କଳାହାଣ୍ଡି: କୋକସରାରେ ପୋଖରୀକୁ ଡେଇଁ ଜଣେ ଚାଷୀଙ୍କ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲା କୋକସରା ବ୍ଳକ୍ ବନ୍ଧାବୁଟୁରା ପଞ୍ଚାୟତ ଅନ୍ତର୍ଗତ ତୁନ ଗ୍ରାମର ସୁଦର୍ଶନ ମାଝୀ (୬୦) ନାମକ ଜଣେ ଚାଷୀ ଋଣ ନେଇ ଚାଷ କରିଥିବା ବେଳେ ମରୁଡି ଓ ଚକଡା ପୋକ ଲାଗି ଫସଲ ନଷ୍ଟ ହୋଇ ଯାଇଥିଲା। ଫଳରେ ସେ କିପରି ଋଣ ସୁଜିବ ସେନେଇ ସୁର୍ଦଶନ ମାଝୀ ଚିନ୍ତାରେ ରହୁଥିଲେ । ଶେଷରେ ଶୁକ୍ରବାର ସକାଳେ ଗଭୀର ପୋଖରୀ ବା ବନ୍ଧ କୁ ଡେଇଁ ପଡିଥିଲେ । ଚାହୁଁ ଚାହୁଁ ଆଖି ସାମ୍ନାରେ ସ୍ବାମୀ ଗଭୀର ପାଣିରେ ବୁଡି ଯାଇଥିବା ଦେଖି ନିକଟରେ ଉପସ୍ଥିତ ଥିବା  ସ୍ତ୍ରୀ ଡମେନ ମାଝୀ(୫୫) ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବନ୍ଧ ମଧ୍ୟକୁ ଡେଇଁ ପଡିଥିଲେ । ହେଲେ ସେ ସ୍ବାମୀଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା କିଛି ଲୋକ ସେମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେତେବେଳକୁ ସୁଦର୍ଶନ ମାଝୀ ମୃତ୍ୟୁ ବରଣ କରି ସାରିଥିଲେ । ଗୁରୁତର ଅବସ୍ଥାରେ ସୁଦର୍ଶନ ମାଝୀ ସ୍ତ୍ରୀ ଡମେନ ମାଝୀଙ୍କୁ ଉଦ୍ଧାର କରାଯାଇ କୋକସର ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।

Leave A Reply