ଋଣ ଭାର ସହ୍ୟ କରି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

0

ଯାଜପୁର: ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗରାଜପୁରର ଜଣେ ଚାଷୀ ଋଣଭାର ସହ୍ୟ କରି ନ ପାରି ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକ ଜଣକ ହେଲେ ଗୌରାଙ୍ଗ ବଳ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୌରାଙ୍ଗ ଚାଷ ପାଇଁ ବିଭିନ୍ନ ବ୍ୟାଙ୍କ ଓ ସଂସ୍ଥାରୁ ଟଙ୍କା ଋଣ ଆଣିଥିଲେ। ଋଣ ଟଙ୍କା ସୁଝି ନ ପାରିବାରୁ ସେ ସର୍ବଦା ଚିନ୍ତିତ ରହୁଥିଲେ। ତେବେ ସେ ଏଥିପାଇଁ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ କହିଛନ୍ତି। ସେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଇଛି।

Leave A Reply