ବିଧାୟକଙ୍କ ଘର ସମ୍ମୁଖରେ ଧାନ ରଖି ଚାଷୀଙ୍କ ଆନ୍ଦୋଳନ

ସମ୍ବଲପୁର: ଧାନ କିଣାବିକା ପାଇଁ ସରକାରଙ୍କ ତରଫରୁ ହୋଇଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡିଶାରେ ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ଆନ୍ଦୋଳନ କରିଥିବା ବେଳେ ମଙ୍ଗଳବାର ଚାଷୀମାନେ ବିଧାୟକଙ୍କ ଘର ସମ୍ମୁଖରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏକାକାଳୀନ ତିନି ଜଣ ବିଧାୟକଙ୍କ ଘର ସମ୍ମୁଖରେ ଧାନ ବସ୍ତା ରଖି ଚାଷୀମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ରେଙ୍ଗାଲି ବିଧାୟକ ନାଉରି ନାୟକଙ୍କ ଧନୁପାଲି ସ୍ଥିତ ବାସଭବନ ସମ୍ମୁଖରେ ୨ଟି ଟ୍ରାକ୍ଟର ଧାନ ରଖି ଚାଷୀମାନେ ରାସ୍ତା ବନ୍ଦ କରିଛନ୍ତି। ଏହା ପରେ ରେଢ଼ାଖୋଲ ବିଧାୟକ ତଥା ଉପ ମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀଙ୍କ ବୃକ୍ସ ହିଲ ଓ ସାକ୍ଷୀପଡା ସ୍ଥିତ ବାସଭବନ ସମ୍ମୁଖରେ ଗୋଟିଏ ଟ୍ରାକ୍ଟର ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ପରେ ମୋଟର ସାଇକେଲରେ ୪ଟି ଧାନ ବସ୍ତା ନେଇ ସମ୍ବଲପୁର ବିଧାୟକ ଜୟନରାୟଣ ମିଶ୍ରଙ୍କ ଘର ସମ୍ମୁଖରେ ରଖି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନରେ ହଜାର ହଜାର ଚାଷୀ ସାମିଲ ହୋଇଛନ୍ତି।

Comments are closed.