କୃଷକ ଏକତା ମଞ୍ଚ ପକ୍ଷରୁ ରାସ୍ତା ଅବରୋଧ

0

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ରାସ୍ତାକୁ ଜମିହରା କୃଷକ ଏକତା ମଞ୍ଚ ଅବରୋଧ କରିଛନ୍ତି । ସେମାନେ ଜମିହରାମାନଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବି କରି ଆନ୍ଦୋଳନ କରିଛନ୍ତି । ଦୀର୍ଘଦିନ ହେବ ଜମିହରା ପରିବାରମାନେ ତୈଳ ବିଶୋଧନାଗାରରେ ନିଯୁକ୍ତି ପାଇଁ ଦାବି କରି ଆସୁଥିବାବେଳେ ବିଶୋଧନାଗାର କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଏମାନଙ୍କ ସହିତ ବାରମ୍ବାର ଆଲୋଚନା କରି ମଧ୍ୟ କିଛି ସୁଫଳ ମିଳୁନାହିଁ । ଫଳରେ ଜମିହରା ମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧି ବିଭିନ୍ନ ସମୟରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା। ତେବେ ଗତ କିଛିଦିନ ତଳେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆଲୋଚନା କରାଯାଇ ବିଶୋଧନାଗାରରେ କାର୍ୟ୍ୟରତ ସମସ୍ତ କମ୍ପାନୀ ଜମିହରା ମାନଙ୍କୁ ପର୍ୟ୍ୟାୟ କ୍ରମେ ମିଳିମିଶି ନିଯୁକ୍ତି ଦେବାକୁ ଲିଖିତ ପ୍ରତିଶୃତି ଦେଇଥିଲେ। କିନ୍ତୁ ପୁଞ୍ଜିଲାଡୁ ଏବଂ ସିମ୍ପ୍ଲେକ୍ସ କମ୍ପାନୀ ଏହି ପ୍ରତିଶୃତି ଖିଲାପ କରିବା ସହ ଏଯାଏ କାହାରିକୁ ନିଯୁକ୍ତି ଦେଇନାହିଁ। ଫଳରେ ଗୁରୁବାର ସକାଳୁ ଜମିହରାମାନେ ରଙ୍ଗିଆଗଡ ପୋଲ ନିକଟରେ ରାସ୍ତା ଅବରୋଧ କରି ତୈଳ ବିଶୋଧନାଗାରକୁ ଯାଉଥିବା ପୁଞ୍ଜିଲାଡୁ ଏବଂ ସିମ୍ପ୍ଲେକ୍ସ କମ୍ପାନୀର ସମସ୍ତ ଶ୍ରମିକ, କର୍ମଚାରୀ ମାନଙ୍କୁ ଅଟକ ରଖି ଅନ୍ୟ ସମସ୍ତ ଶ୍ରମିକଙ୍କୁ ଛାଡି ଦେଉଛନ୍ତି।

Leave A Reply