କେନ୍ଦ୍ର କୃଷକ ବିରୋଧୀ; ନବୀନ

0

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସାହୟକ ମୂଲ୍ୟ ବୃଦ୍ଧି ଏବଂ ଆର୍ଥିକ ସ୍ବୟତ୍ତତା ଦାବି କରି ବିଜୁ ଜନତା ଦଳ ପକ୍ଷରୁ ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ କୃଷକ ଅଧିକାର ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କେନ୍ଦ୍ର ସରକାର ହେଉଛନ୍ତି କୃଷକ ବିରୋଧୀ । ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କିଛି ପଦେକ୍ଷପ ନେଇ ନାହାନ୍ତି । ଧାନର ସର୍ବନିମ୍ନ ସାହୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଏହି ମହାସମାବେଶରେ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। କାଳିଆ ଯୋଜନାରେ ଭାଗଚାଷୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଚାଷୀ ଉପକୃତ ହେବେ । ନିର୍ବାଚନ ଜିତିବା ପରେ ବିଜୁ ଜନତା ଦଳ ଚାଷୀଙ୍କ ହକ୍ ଲଢୁଛି ଏବଂ ଆଗକୁ ମଧ୍ୟ ଏହି ଲଢେଇ ଜାରି ରହିବ । କିନ୍ତୁ ବିଜେପି ନିର୍ବାଚନୀ ଇସ୍ତାହାରେ ଦେଇଥିବା ପ୍ରତିଶ୍ରୁତି ଏଯାଏଁ ପାଳନ କରିନାହିଁ । କ୍ଷମତାକୁ ଆସିବା ପରେ ବିଜେପି ନିଜର ପ୍ରତିଶ୍ରୁତି ଭୁଲି ଯାଇଛି । ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ ଟଙ୍କା କରିବା ନେଇ ଆଜି ଅପରାହ୍ନ ୫ଟାରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପ୍ରଦାନ ପାଇଁ ସମୟ ଧାର୍ୟ୍ୟ ହୋଇଛି । ଏହି ସମାବେଶରେ ହଜାର ହଜାର ମନ୍ତ୍ରୀ, ସାଂସଦ, ବିଧାୟକ, ଦଳୀୟ କର୍ମୀ, ବରିଷ୍ଠ ନେତା ଓ ସମର୍ଥକମାନେ ଏକାଠି ହୋଇଛନ୍ତି ।

Leave A Reply