ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ

0

ଭୁବନେଶ୍ବର: ଚାଷୀଙ୍କୁ ଭତ୍ତା, ଅଭାବୀ ବିକ୍ରି ପେନସନ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମା​‌ନେ ପଦଯାତ୍ରାରେ ଭୁବନେଶ୍ବର ଆସୁଛନ୍ତି। କିନ୍ତୁ ପଦଯାତ୍ରାରେ ଆସୁଥିବା କୃଷକଙ୍କୁ ପୁଲିସ ଅଟକାଉଥିବା ନବନିର୍ମାଣ କୃଷକ ସଙ୍ଗଠନର ଆବାହକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସୋମବାର ସକାଳେ ଶତାଧିକ ଚାଷୀ କେନ୍ଦୁଝରରୁ ଭୁବନେଶ୍ବର ଆସୁଥିବା ବେଳେ ସେମାନଙ୍କୁ ପୁଲିସ କେନ୍ଦୁଝର ରେଳ ଷ୍ଟେସନରେ ଅଟକ ରଖିଛି। ଏହାସହ ସଙ୍ଗଠନର ସଂଯୋଜକ ସୁବାସ ପଣ୍ଡାକୁ ପୁଲିସ ଉଠାଇ ନେଇଥିବା ନବନିର୍ମାଣ କୃଷକ ସଙ୍ଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ରବିବାର ରାତିରେ ଯାଜପୁର କୁଆଖିଆ ଓ ବାଲୁଗାଁରୁ ପଦଯାତ୍ରାରେ ଆସୁଥିବା ଚାଷୀମାନଙ୍କୁ ଅଟକ ରଖା ଯାଇଛି। କୃଷକଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରାଯାଇଛି।

Leave A Reply