ଅସରନ୍ତି ସମସ୍ୟା ଭିତରେ କୃଷକ ଓ କୃଷିକାର୍ଯ୍ୟ

ବରପାଲି : କୃଷକ ମାନଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଯୋଜନା ପ୍ରଣୟନ ମାଧ୍ୟମରେ ମାନସିକ ଓ ଆର୍ଥିକ ମାନଦଣ୍ଡକୁ ସଳଖ ରଖିବାକୁ ଚେଷ୍ଟା ଜାରି ରଖଥିବା ଡିଣ୍ଡିମା ପିଟୁଥିବା ବେଳେ ଅନାଦି କାଳରୁ ଚାଷୀ ନିଜସ୍ୱ ଉତ୍ପାଦିତ ଫସଲର ଉଚିତ ପ୍ରାପ୍ୟରୁ ବଂଚିତ ରହିବା ସହ ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଥିବା ଦେଖାଯାଉଛି। ଚାଷୀକୁ ନେଇ ରାଜନୈତିକ ଫାନ୍ଦବାଜି କିଛି ନୁଆଁକଥା ନୁହେଁ। ସବୁବେଳେ ନେତା ମାନେ ଚାଷୀ କାନ୍ଧରେ ଗୋଡ଼ ରଖି ଭିନ୍ନଭିନ୍ନ ପଥରେ ରାଜନୈତିକ ଜିତାପଟର ଫାଇଦା ଉଠାଇ ଆସିଛନ୍ତି।

କୃଷି ଓ କୃଷକର ଅସରନ୍ତି ସମସ୍ୟାକୁ ନେଇ ଅଚଂଳର ଚାଷୀ ନେତା ତଥା କଟାପାଲି ସମବାୟ ପୁର୍ବତନ ସଭାପତି ସୁରେଶ କୁମାର ସତପଥିଙ୍କ କହିବା କଥା ଯେ, ଚାଷୀ ଦୁଃଖ ଦୁର୍ଦ୍ଦଶାରେ ପଡ଼ିଥିବା ବେଳେ ଉଚିତ ସମୟରେ କୌଣସି ସହାୟତା ଜୁଟି ପାରେନାହିଁ। ଆମ ଅଚଂଳରେ ମୋ ଦୃଷ୍ଟିକୁ ଆସିଥିବା ସମସ୍ୟା ଭିତରେ କୃଷିକାର୍ଯ୍ୟରେ ଶ୍ରମିକ ଅଭାବି,ଉଚିତ ଗୁଣମାନ ବିହନ,ରାସାୟନିକ ସାର,କିଟନାଶକ ଔଷଧ ସହ ସରକାରୀ ବାବୁଙ୍କ ସଠିକ ପରାମର୍ଶ। ସେହିପରି ବିଦ୍ୟୁତ ଦେୟ ଅନୁସାରେ ଧାନର ଉଚିତ ସହାୟକ ମୂଲ୍ୟ,ପନିପରିବା ସହିତ ଆଖୁ, କପା ଜାତିୟ ଫସଲ ପାଇଁ ବଜାର ବ୍ୟବସ୍ଥାର ଅତ୍ୟନ୍ତ ପ୍ରଯୁର୍ଯ୍ୟ ହେଇଛି ହେଲେ ସରକାର କେବଳ ପ୍ରତିଶୃତି ମଧ୍ୟରେ ନିଦାବିଷ୍ଣୁ ସାଜିଛନ୍ତି।

ସେହିପରି ସତଲମା ନାରାୟଣ ସମବାୟ ପୁର୍ବତନ ସଭାପତି ଯୁବରାଜ ପୂଝାରୀ କହିଛନ୍ତି ଯେ, ଚାଷୀ ତାର ଉପାର୍ଜିତ ଧାନ ବିକ୍ରିପାଇଁ ମଣ୍ଡିରେ ଦିନରାତି ଏକକାର କରିବା ସହ ଆଶା ବାନ୍ଧି ପଡ଼ିରହିଛି। ହେଲେ ମଣ୍ଡିରୁ ଧାନ ଉଠିଲା ପରେ ଚାୀଷୀ କିଛିଟା ଅସ୍ବସ୍ତି ଅନୁଭବ କରି ଘରକୁ ଫେରୁଛି। ମଣ୍ଡିରୁ କୋଟିକୋଟି ଟଙ୍କା ରାଜସ୍ୱ ଆଦାୟ ହେଉଥିବା ବେଳେ ମଣ୍ଡିର ଉଚିତ ବ୍ୟବସ୍ଥା ଏବଂ ଚାଷୀର ସହାୟକ ସମ୍ପର୍କରେ କୋଣସି ସରକାରୀ ବାବୁଙ୍କ ଦୃଷ୍ଟି ଗୋଚରକୁ ଆସିପାରୁନାହିଁ। କେବଳ ଶିତାତାପ ନିୟନ୍ତ୍ରିତ କକ୍ଷରେ ବସି ଚାଷୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନେତା ଓ ଅଫିସର ମାନଙ୍କୁ କୃଷକ ସମାଜ ସମ୍ପୂର୍ଣ୍ଣ ତିରସ୍କାର କରୁଛି। ତଳ ସ୍ତରରେ କାର୍ଯ୍ୟରତ ଚାଷୀ ମାନଙ୍କ ସହ ସାକ୍ଷାତ ମାଧ୍ୟମରେ ଆଲୋଚନା କଲେ କିଛିଟା ହିତସାଧନ ହୋଇପାରିବ ବୋଲି ମୁଁ ଅନୁମାନ କରୁଛି।

କସ୍ତୁଭ ସାହୁ କୁମ୍ଭାରୀ ସମାବାୟ ପୁର୍ବତନ ସଭାପତିଙ୍କ କହିବା କଥା ଯେ, ଚାଷୀର ସମସ୍ୟା ଉପରେ କହିବା ପାଇଁ ବହୁଳ ବିଷୟ ମନ ଭିତରେ ଗଚ୍ଛିତ ରହିଛି । ମୁଖ୍ୟତଃ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଦାଲତ ବ୍ୟବସ୍ଥା ସ୍ଥାପନ କରାଯାଉ। ସେହିପରି ମଣ୍ଡି ବ୍ୟବସ୍ଥାର ଆଧୁନିକରଣ କରାଯିବା ସହ ଚାଷୀଙ୍କ ପାଇଁ ଉନ୍ନତ ମାନର ସ୍ୱତନ୍ତ୍ରତା ବିଶ୍ରାମଗୃହ ଖୋଲାଯାଉ। ଧାନର ଉଚିତ ମାନ ନିର୍ଦ୍ଧାରଣ ଓ ମାପ ମଣ୍ଡିରେ ଚାଷୀ ସମ୍ମୁଖରେ ହେବା ସହିତ କାଟଛାଟକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଉ।

ବିଶିଷ୍ଟ ଚାଷୀ ଦିନେଶ ସାହୁଙ୍କ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଦେଶର ଅନ୍ନଦାତା ଦୁନିଆର ଭୋକିଲା ପେଟକୁ ଦାନା ଯୁଟାଇବାରେ ବ୍ୟସ୍ତତା ରହିଥିବା ବେଳେ ତାର ନିଜସ୍ୱ ଓ ପରିବାର ଅବସ୍ଥାରେ ଦୁର୍ଦ୍ଦିନ ସର୍ବଦା ଲାଗିରହିଛି। ଚାଷ କାର୍ଯ୍ୟରେ ବ୍ୟବହୃତ ସାର,ବିହନ,କିଟନାଶକ ଔଷଧ ଏବଂ ତାର ବ୍ୟବହାର ସମ୍ବନ୍ଧରେ ସଠିକ ପରାମର୍ଶର ଘୋର ଅଭାବି ଲାଗିରହିଛି। ପ୍ରତିକୂଳ ପାଠ ଅଦିନିଆ ବର୍ଷା ଓ କୁଅପଥର ମାଡ଼ର ପ୍ରଭାବ ଆଉଟୁ ପାଉଟୁ କରିଥିବା ବେଳେ ବିମା ନାଁରେ ହେଉଥିବା ହନ୍ତସନ୍ତ ବ୍ୟବସ୍ଥା ତାପାଇଁ କାଳ ସାଜୁଛି। ଯାହାକି ବହୁ ନିଚ୍ଛକ ଉଦାହରଣ ସ୍ପଷ୍ଟ ଭାବରେ ସମସ୍ତଙ୍କୁ ଭାଲଭାବରେ ଜଣାଅଛି। ବର୍ତ୍ତମାନର ପ୍ରଚଳିତ କୃହୀନିତୀ କେବଳ ଚାଷୀର ମେରୁହାଡ଼ରେ ଶକ୍ତ ପ୍ରହାର କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ସ୍ୱାମିନାଥନ କମିଟିର ପ୍ରସ୍ତାବକୁ ସରକାର କାହିଁକି ମାନିବାକୁ ପ୍ରସ୍ତୁତ ହେଉନାହାନ୍ତି। ସମଗ୍ର କୃଷକ ସମାଜ ସ୍ୱାମିନାଥନ ପ୍ରସ୍ତାବକୁ ସରକାର ଆପାଣାଇବାକୁ ଆମେ ଦୃଢ଼ ଦାବି ଜଣାଉଛୁ।

ଗୋକୁଲ ପଧାନ ସତଲମା ନାରାୟଣ ସମାବାୟ ପୁର୍ବତନ ସଭାପତିଙ୍କ କହିବା କଥା ହେଲା, ଆମେ ଚାଷୀ ଘରେ ଜନ୍ମ ନେଇଛୁ ଆମର ପରିଚୟ କେବଳ ପ୍ରଥମେ ଚାଷୀ ପିଲା । କୃଷକ ବର୍ତ୍ତମାନ ସ୍ଥିତିରେ କେଉଁ ସମସ୍ୟାରେ ଗତିଶୀଳ ହେଉଛି ତାହା ସମସ୍ତଙ୍କୁ ଭଲଭାବରେ ଜଣାଅଛି। ଆଉ ଯଦିବା ସମସ୍ୟା ସମ୍ବନ୍ଧରେ ପ୍ରଶାସନ ନିକଟରେ ସଠିକ ତଥ୍ୟ ନାହିଁ ତାହେଲେ ହାକିମିଗିରି କରିବା ବନ୍ଦ କରନ୍ତୁ। ଜଣେ ଚାଷୀ ତାର ଜୀବନରେ କେବଳ ଚାଷ କାର୍ଯ୍ୟ ଛଡ଼ା ଅନ୍ୟ କୌଣସି ଦୁନିଆର ହାଲଚାଲ ତାପାଇଁ ସମ୍ପୁର୍ଣ୍ଣ ଅଗୋଚର ଅଟେ। ହାଡ଼ଭଙ୍ଗା ଶୀତ ହେଉ କିମ୍ବା ଅଦିନିଆ କୁଆପଥର ମାଡ଼ ବାତ୍ୟା କାଳରୂପୀ ଗ୍ରୀଷ୍ମ ପ୍ରବାହ ସବୁକୁ କଷ୍ଟକୁ ପାର କରି ସଚରାଚରକୁ ଅର୍ଣ୍ଣ ଯୋଗାଉଛି। ହେଲେ ତାର ନିଜର ସ୍ଥିତି ଓ ଆଗାମୀ ସମୟ ସମ୍ପର୍କରେ କେହି କେବେ ଜାଣିବାକୁ ଚେଷ୍ଟା କରିନି। ହେଲେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଚାଷୀ ନିଜ ପେଟକୁ ଅନାହାରରେ ରଖି ଅନ୍ନ ଉତ୍ପାଦିତ କରୁଛି ହେଲେ ସେହି ଫସଲର ହକଦାର ସେ ନିଜେ ହୋଇ ପାରୁନାହିଁ। ଆପଣମାନେ ଏହାର ଜବାବ ରଖନ୍ତୁ ଏବଂ ସ୍ୱାଧିନ ଭାରତରେ ଚାଷୀର ସ୍ଥାନ ଓ ତାର ସ୍ଥିତିକୁ କିପରି ରଖାଯାଉଛି ଅନୁମାନ ଲଗାନ୍ତୁ ବୋଲି କହିଥିଲେ। ଏହିପରି ଭାବରେ ସରକାରଙ୍କ ଜିଦଖୋର ମନୋବୃତି ଓ କୃଷକମାରଣ ନିତି ବିରୋଧରେ ଅନ୍ୟ ବହୁ ଚାଷୀ ନିଜର ମୂଲ୍ୟବାନ ଅନ୍ତରର ବେଦନା ବ୍ୟକ୍ତ କରିଥିଲେ।

Comments
Loading...