ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଧନକଉଡା ବ୍ଲକର କୁଦଗୁଣ୍ଡେରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଅମଳ ହୋଇଥିବା ସବୁ ଧାନ ବିକ୍ରି କରିବାକୁ ଟୋକନ ନ ମିଳିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣଙ୍କ କୈବଲ୍ୟ ରୋହିଦାସ ବୋଲି ଜଣାପଡିଛି । ସେ ବିଷ ପିଇଥିବା ବେଳେ ତାଙ୍କର ମେଡିକାଲରେ ଚିକିସôାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନା ଯୋଗ୍ୟ, କୈବଲ୍ୟଙ୍କ ପୁଅଙ୍କ କହିବାନୁଯାୟୀ, ଧାନ ବିକ୍ରି ନେଇ ଟୋକନ ସମସ୍ୟା ପାଇଁ ତାଙ୍କ ବାପା ମାନସିକ ଚାପରେ ଥିଲେ । ୨ ଶହ କୁଇଣ୍ଟାଲ ଅମଳ କରିଥିଲେ ମଧ୍ୟ ମାତ୍ର ୪୫ କୁଇଣ୍ଟାଲ ବିକ୍ରି ପାଇଁ ଟୋକନ ମିଳିଥିଲା ।

 

Comments are closed.