ଫସଲ କ୍ଷତିପୂରଣ ଦାବି କଲେ ଚାଷୀ

ପଦ୍ମପୁର :ପଦ୍ମପୁର ଉପ ଖଣ୍ତ ସରେଇକେଲା,ଲଖମରା,ଗୋଠୁଗୁଡା ଗ୍ରାମ ପଞ୍ଚାୟତର ଚାଷୀମାନେ ଉପ ଜିଲାପାଳଙ୍କ ନିକଟରେ  ଫସଲ ବୀମା କ୍ଷତିପୂରଣ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି।ଅଜଣା ରୋଗ,ପୋକ,ଅଦିନିଆ ବର୍ଷା ଯୋଗୁଁ ଚାଷୀମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଛି।ପ୍ରଥମ ପର୍ଯ୍ୟାୟରେ ଫସଳର ସ୍ଥିତି ଉନ୍ନତ ଥିବାରୁ ଚାଷୀ ସମସ୍ତ ପ୍ରକାର ସାର,କୀଟନାଶକ ଓ ଆନୁଷଙ୍ଗୀକ ଖର୍ଚ୍ଚ କରିଥିଲେ।କିନ୍ତୁ ଶେଷ ପର୍ଯ୍ୟାୟରେ ରୋଗ,ପୋକ,ବର୍ଷା ଯୋଗୁଁ ସବୁ ନଷ୍ଟ ହୋଇ ଯାଇଛି ।ଲଖମରା ଗ୍ରାମ ପଞ୍ଚାୟତର ମୁକ୍ତିଶ୍ବର ପଟେଲ,ଦହିତ ସାହୁ, କୃଷ୍ଣ ଧରୁଆ,ମଳୟ ଭୋଇ,ସରେଇକେଲା ଗ୍ରା.ପ.ର ଧନର୍ଜ୍ଜୟ ଗଡତିଆ,ହୀରାଲାଲ ବିଶ୍ବାଲ,ଚତୁର୍ଭୁଜ  ବେହେରା,ଧନୀ ପ୍ରଧାନ,ଗୌତମ ଗଡତିଆ,ଗୋଠୁଗୁଡା ଗ୍ରା.ପ.ର ନିର୍ମଳ ମେହେର ପ୍ରମୂଖ ଚାଷୀ ପ୍ରତିନିଧି ଫସଲ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବି କରିଛନ୍ତି ।

Comments are closed.