ଟିକରୀ ସୀମାରେ ଫାଶୀ ଲଗାଇ ଜଣେ କୃଷକଙ୍କ ଆତ୍ମହତ୍ୟା

ହରିୟାଣା: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଅସନ୍ତୋଷ ଜାରି ରହିଥିବା ବେଳେ ହରିୟାଣା ବାହାଦୂରଗଡରେ ଜଣେ କୃଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କୃଷକ ଜଣଙ୍କ ସେକ୍ଟର- ୯ ବାଇପାସ୍ ପାର୍କରେ ଥିବା ଏକ ଗଛରେ ଫାଶୀ ଲଗାଇଥିବା ସୂଚନା। ମୃତ ଚାଷୀଙ୍କ ପଖରୁ ଏକ ଆତ୍ମହତ୍ୟା ନୋଟ ମିଳିଛି।

ଆତ୍ମହତ୍ୟା ନୋଟରେ ଏହା ଲେଖାଯାଇଛି ଯେ, ସରକାର କେବଳ ତାରିଖ ଦେଉଛନ୍ତି। କଳା ନିୟମ କେବେ ବାତିଲ ହେବ ଜାଣି ନାହିଁ। କଳା ନିୟମ ବାତିଲ ନ ହେବା ପର୍ଯ୍ୟନ୍ତ ମୁଁ ଏଠାରୁ ଯିବି ନାହିଁ । ଅନ୍ୟପକ୍ଷରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ସିଭିଲ ହସ୍ପିଟାଲକୁ ପଠାଇଛି।

ସେହିପରି ଟିକରୀ ସୀମାରେ ଆଉ ଦୁଇଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣେ କୃଷକ ପଞ୍ଜାବର ସାଙ୍ଗରୁର ଏବଂ ଅନ୍ୟଟି ମୋଗା ଜିଲ୍ଲାର। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଅନୁମାନ କରାଯାଉଛି ଯେ ଉଭୟ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।

Comments are closed.