ପୁଣି ଜୀବନ ହାରିଲେ ଚାଷୀ

0

ସୁନ୍ଦରଗଡ: ନିଆଳିପାଳିରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ହେଲା ପୂର୍ଣ୍ଣଚନ୍ଦ୍ର ସେଠ । ଫସଲ ହାନି ଯୋଗୁଁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ପୂର୍ଣ୍ଣଚନ୍ଦ୍ର ୫ ଏକର ଜମିରେ ଭାଗ ଚାଷ କରିଥିଲେ । ଏଥିପାଇଁ ସେ ହାତ ଉଧାରି ମଧ୍ୟ ନେଇଥିଲେ । ଫସଲ ନଷ୍ଟ ଯୋଗୁଁ ନେଇଥିବା ଋଣ ସୁଝି ନ ପାରିବା ଆଶଙ୍କା କରି ସେ ବିଷ ପିଇ ଦେଇଥିବା ଅନୁମାନ କରାଯାଉଛି ।

Leave A Reply