କଳାହାଣ୍ଡିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

0

ଭବାନୀପାଟଣା : କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ କୁମ୍ଭାରିଗୁଡା ଗ୍ରାମର ପରମାନନ୍ଦ ଲହଜଲ(୨୬) ଗୁରୁବାର ସକାଳେ କୀଟନାଶକ ପିଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରମାନନ୍ଦ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀରୁ ୩୫ହଜାର ଟଙ୍କା ଋଣ ଆଣି ୪ଏକର ଜମିରେ ଧାନ ଚାଷ କରୁଥିଲେ। ଦୁଇଥର ଲଘୁଚାପ ଜନିତ ବର୍ଷା ଯୋଗୁଁ ଅଧିକାଂଶ ଚାଷ ନଷ୍ଟ ହୋଇଯାଇଥିଲା। ପରେ ବର୍ଷା ଅଭାବରୁ ବାକିଥିବା ଧାନ ମଧ୍ୟ ନଷ୍ଟ ହୋଇଗଲା। କିପରି ଋଣ ସୁଝିବେ ଏ ନେଇ ସେ ସବୁସମୟରେ ଚିନ୍ତାରେ ରହୁଥିଲେ। ତେଣୁ ପରମାନନ୍ଦ ବିଷ ପିଇ ଆତ୍ମହତ୍ୟା କରୁଥିବା ଜଣାପଡିଛି।

Leave A Reply