ଧାନ ନ ଉଠିବା ଯାଏ ଅବରୋଧ ହେବ ରାସ୍ତା: ଚେତାବନୀ ଦେଲା ରାଜ ବୋଡ଼ାସମ୍ବର କୃଷକ ସଙ୍ଗଠନ

ପଦ୍ମପୁର: ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ସମାଧାନ ହୋଇପାରିନାହିଁ। ଚାଷୀମାନଂକ ପାଖରେ ଥିବା ଧାନ  ବିକ୍ରି ସରି ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ କରି ଦିଆଯାଇଛି। ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ବସିଛି।

ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ପୂର୍ବ ସୂଚନା ଅନୁସାରେ ସୋମବାର ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଚାଷୀମାନେ କନସିଂହା ଛକରେ ଧାନ ବୋଝେଇ ଟ୍ରାକ୍ଟର ରଖି ପଦ୍ମପୁର- ସୋହେଲା ରାସ୍ତାକୁ ଅବରୋଧ କରିଛନ୍ତି। ଚାଷୀଙ୍କ ପାଖରେ ରହିଥିବା ସମସ୍ତ ଧାନକୁ କିଣିବା ପାଇଁ ସେମାନେ ଦାବି କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଛି।

ଯାତାୟତ ବାଧା ପ୍ରାପ୍ତ ହେଉଛି। ଚାଷୀମାନଂକୁ ଅନେକ ଥର ପ୍ରତିଶୃତି ଦେଇ ପ୍ରଶାସନ ଅସଫଳ ହେବାରୁ ଚାଷୀମାନଂକ ସମ୍ମୁଖକୁ ପ୍ରଶାସନ ଆସି ପାରୁନାହିଁ। ସମସ୍ତ ଚାଷୀଂକ ଧାନ ଉଠିବା ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ କୃଷକ ସଂଗଠନ ରାସ୍ତାରୋକରୁ ବିରତ ହେବେ ନାହିଁ ବୋଲି ସ୍ପଷ୍ଟ ଭାବରେ ଜଣାଇ ଦେଇଛନ୍ତି।

Comments are closed.