ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଚାଷୀ

0

କେନ୍ଦ୍ରାପଡା: ବିଷ ପିଇ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନପଙ୍ଗ ଗାଁର ଗୌରାଙ୍ଗ ଚରଣ କାପ ବୋଲି ଜଣାପଡିଛି । ଗୌରାଙ୍ଗ ଚରଣ ୩ ଏକର ଜମିରେ ଧାନ ଚାଷ କରିଥିବା ବେଳେ ତିତିଲି ବାତ୍ୟାରେ ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା ।  ଏହି କାରଣରୁ ଗୌରାଙ୍ଗ ଅନେକ ଦିନରୁ ମାନସିକ ଚିନ୍ତାରେ ରହୁଥିବାରୁ ଶନିବାର ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply