କୃଷି ଓ କୃଷକ କଲ୍ୟାଣ ସମୀକ୍ଷା ବୈଠକ

0

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ କୃଷି ବିଭାଗ ସଭାଗୃହରେ ଆତ୍ମା କମିଟି ପକ୍ଷରୁ କୃଷି ଓ କୃଷକ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଖରିଫ ଋତୁରେ ଶହେ ଏକର ଜମିରେ ଶଙ୍କର ଜାତୀୟ ଧାନ ବିହନ ସହିତ କୋଡିଏ ହଜାର କୁଇଣ୍ଟାଲ ଅଧିକ ଅମଳକ୍ଷମ ବିହନ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଇଛି । ସେହିପରି ପଶୁସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ଧରଣର ଗାଈ ,କୁକୁଡା ପାଳନ ଓ ଉଦ୍ୟାନ ବିଭାଗ ପକ୍ଷରୁ ମହୁଚାଷ ସଂର୍ପକରେ ସମୀକ୍ଷା କରାଯାଇଥିଲା । ବୈଠକରେ ଜିଲା କୃଷି ନିର୍ଦେଶକ ଡଃ ରାଓ, ଜିଲା କୃଷି ଅଧିକାରୀ ଅଜୟ ବେହେରା, ଅତିରିକ୍ତ ପଶୁ ସଂପଦ ଅଧିକାରୀ, ଅତିରିକ୍ତ ଉଦ୍ୟାନ ଅଧିକାରୀ, ଆତ୍ମା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ଆତ୍ମା କମିଟି ସଂଯୋଜକ ବେବୀଲାଲ ମିଶ୍ର ବୈଠକକୁ ସଂଯୋଜନା କରିଥିଲେ।

Leave A Reply