କୃଷକଙ୍କ ପାଇଁ କାଶ୍ମୀରୀ ଚାଙ୍ଗୁଡ଼ି

ନୂଆଦିଲ୍ଲୀ: ବର୍ଷା ଓ ପ୍ରବଳ ଥଣ୍ଡାରେ କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଏଥିରୁ ସେମାନଙ୍କୁ ସୁରକ୍ଷା ପାଇଁ କାଶ୍ମୀରରୁ ବିପୁଳ ପରିମାଣର ‘କାଙ୍ଗିର’ ବା ଚାଙ୍ଗୁଡ଼ି ଆସି ଆନ୍ଦୋଳନ ସ୍ଥଳରେ ପହଞ୍ଚିଛି। ଦିଲ୍ଲୀର ଏକ ସ୍ବେଚ୍ଛାସେବୀ ସଂଗଠନ କାଶ୍ମୀରରୁ ଏହି ଚାଙ୍ଗୁଡ଼ି ଆଣି କୃଷକଙ୍କ ମଧ୍ୟରେ ବାଣ୍ଟିଛି। କାଶ୍ମୀରବାସୀ ପାରମ୍ପରିକ ଭାବେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏହି ଧରଣର ଚାଙ୍ଗୁଡ଼ି ବ୍ୟବହାର କରିଥାଆନ୍ତି। ଏହା ବାଉଁଶ ବା ବେତ ପାତିଆ ପରିବେଷ୍ଟିତ ମାଟି ପାତ୍ର। ଏଥିରେ କୋଇଲା ଓ ପାଉଁଶ ରଖି ଲୋକେ ଉଷୁମ ପାଆନ୍ତି।