୨୦ ଲକ୍ଷ କୃଷକ ପାଇବେ ୯୦୦୦ କୋଟି ଟଙ୍କାର ଖରିଫ୍‌ ଫସଲ ଋଣ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ କ୍ଷେତ୍ରରେ ୬୮ ଲକ୍ଷ ଚାଷୀଙ୍କୁ ୯୭୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ୨୦ ଲକ୍ଷ କୃଷକ ୯୦୦୦ କୋଟି ଟଙ୍କାର ଖରିଫ୍‌ ଫସଲ ଋଣ ପାଇବେ ଓ ୧୮ ଲକ୍ଷ କୃଷକ ୭୦୦ କୋଟି ଟଙ୍କାର ଋଣ ହାରରେ ରିହାତି ସୁବିଧା ପାଇବେ । ୩୦ ଲକ୍ଷ କୃଷକଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ କାରିଗର, ବୁଣାକାର ଓ ଉତ୍ପାଦକମାନଙ୍କଠାରୁ ସାମଗ୍ରୀ କ୍ରୟ ପାଇଁ ‘ଉତ୍କଳିକା’କୁ ୫ କୋଟି ଟଙ୍କା ଓ ‘ବୟନିକା’କୁ ୨୫ କୋଟି ଟଙ୍କାର ଋଣ ବିନା ସୁଧରେ ଯୋଗାଇ ଦିଆଯିବ। ଖାଦ୍ୟ ନିରାପତ୍ତା ବାବଦରେ ସ୍ୱାଭାବିକ ଭାବରେ ମାସିକ ଯୋଗାଣ ପରିମାଣ ୧.୯୪ ଲକ୍ଷ ମେଟି୍ରକ୍‌ ଟନ୍‌ ହୋଇଥିବାବେଳେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ହିତାଧିକାରୀମାନଙ୍କୁ ୧୦.୧୬ ମେଟି୍ରକ୍‌ ଟନ୍‌ର ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.