ପୁଣି ରାଜରାସ୍ତାରେ ଗର୍ଜିଲେ ଚାଷୀ; ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଚାଷୀଙ୍କ ପଦଯାତ୍ରା

0

ଭୁବନେଶ୍ବର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ରାଜଧାନୀର ରାଜରାସ୍ତାକୁ ଓହ୍ଲାଇଛି ଚାଷୀ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଚାଷୀମାନେ ରଘୁନାଥପୁର ରୁ ପଦଯାତ୍ରାରେ ବାହାରିଥିଲେ । । ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏହି ପଦଯାତ୍ରା ବାହାରିଥିବା ସୂଚନା ମିଳିଛି । ଏନେଇ ପ୍ରତିକ୍ରିୟାରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଚାଷୀମାନଙ୍କ କଥା ଚିନ୍ତା କରାଯାଉଛି ।

Leave A Reply