ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ

0

ବାଲେଶ୍ୱର : ବାଲିଆପାଳ ବ୍ଲକ ବିଷ୍ଣୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପାଖାପାଖି ୨୫ ଗୁଣ୍ଠରୁ ଅଧିକ ଜମିରୁ କଲରା, କାକୁଡ଼ି ଓ କଖାରୁ ଫଳନ୍ତି ଚାଷକୁ ନଷ୍ଟ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହା ଘଟିଛି ବୋଲି ସନ୍ଦେହ କରାଯାଉଛି। ଏହି କାରଣରୁ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଦୁଃଖରେ ମ୍ରିୟମାଣ ହୋଇଛନ୍ତି। ଯେଉଁମାନଙ୍କର ଫସଲ ନଷ୍ଟ ହୋଇଛି ସେମାନେ ହେଲେ ନବକୁମାର ଜେନା, ପଞ୍ଚାନନ ଜେନା, ସୂର୍ଯ୍ୟନାରାୟଣ ପାଳ, ସୁବାସ ଜେନା, ବାସନ୍ତୀ ଜେନା। ସମସ୍ତଙ୍କର ମିଶି ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଛି।

Leave A Reply