ଓଡିଆ ଭାଷା ସାହିତ୍ୟ ବିଭାଗର ପ୍ରାଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0

ନେମାଳ : ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଚନ୍ଦ୍ରମଣି ଦାଶଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦିଲୀପ କୁମାର ଦେଇ ଯୋଗ ଦେଇଥିଲେ। ଏଥିରେ ଯୋଗ ଦେଇ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦାଶଙ୍କ ବହୁମୁଖୀ ପ୍ରତିଭାର ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ କୃଷ୍ଣ ଚନ୍ଦ୍ର ମହାନ୍ତି ଯୋଗଦେଇ ଥିଲେ। ଏହାସହ ସମ୍ମାନିତ ଅତିଥି ଭାବେ କିଶୋରନଗର ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଅଜିତ କୁମାର ମୁଖାର୍ଜୀ, ପ୍ରାଧ୍ୟାପକ ବୈକୁଣ୍ଠ ନାଥ ଚଇନି, ପ୍ରାଧ୍ୟାପକ ନିରଞ୍ଜନ ଶତପଥୀ, ପ୍ରଭାତ କୁମାର ଆଚାର୍ୟ୍ୟ, ପ୍ରାଧ୍ୟାପକ ବିପିନ ବିହାରୀ ଦାସ, ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ଲେଙ୍କା, ଅଧ୍ୟାପକ ଗଗନ ବିହାରୀ ଦାସ, ପଣ୍ଡିତ ନବକିଶୋର ଦାସ, ସମାଜସେବୀ କୈଳାଶ ଚନ୍ଦ୍ର ଭୋଳ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଚନ୍ଦ୍ରମଣୀ ଦାଶଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶେଷରେ କ୍ରୀଡ଼ା ଅଧ୍ୟାପକ ବିଚିତ୍ରାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply