ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବିରିଡି : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଗୋପିନାଥପୁର ସାରସ୍ବତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୌଦାମିନୀ ମିଶ୍ରଙ୍କୁ ଗୁରୁବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲ୍ଲକ୍ଷେ ଆୟାଜିତ ସଭାରେ ବିରିଡି ବ୍ଲକ ଶିକ୍ଷା ଅଧିକାରୀ ସର୍ବେଶ୍ବର ବିଶ୍ବାଳ, ଏବିଇଓ କନକଲତା ଦାଶ, ଅଳକା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାନ୍ତି, ଗୋପିନାଥପୁର ଗ୍ରାମପଞ୍ଚାୟତର ସରପଞ୍ଚ କାହ୍ନୁଚରଣ ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷାଦାନ କ୍ଷେତ୍ରକୁ ଶ୍ରୀମତୀ ମିଶ୍ରଙ୍କ ଯୋଗଦାନ ସଂପର୍କରେ ଆଲୋଚନା କରିଥିଲେ । ସ୍ବଳ୍ପ କାଳ ପାଇଁ ସେ  ସାରସ୍ବତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଅନୁଷ୍ଠିତ ସଭାରେ ପୂର୍ବତନ ସରପଞ୍ଚ ଅଜୟ ଭୋଇ, ୱାର୍ଡ ମେମ୍ବର ଅକ୍ଷୟ ଦାସ, ମୋ ସ୍କୁଲ ଅଭିଯାନର ସଭାପତି ଓ ସଭ୍ୟ ଶ୍ରୀକାନ୍ତ ସାହୁ, ପାରଶ ରଂଜନ ପୃଷ୍ଟି, ପ୍ରିୟବ୍ରତ ବସ୍ତିଆ, ହେମନ୍ତ କୁମାର ମୁଦୁଲି ଓ ବିବେକାନନ୍ଦ ବେହେରା, ବାଲିଆ ଗୋପିନାଥପୁର ବାଳିକା ୟୁପି କ୍ଲଷ୍ଟରର ଶିକ୍ଷକ ଏବଂ ସାରସ୍ବତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସାଧନା ଦାସ, ରେଣୁବାଳା ମହାନ୍ତି, ଶୁଭସ୍ମିତା ପୃଷ୍ଟି ଓ ବଂଶୀଧର ତ୍ରିପାଠୀ ପ୍ରମଖ ଯୋଗ ଦେଇଥିଲେ। ପରେ ବାଜା, ମହୁରୀ ସହ ଶିକ୍ଷୟତ୍ରୀ ଶ୍ରୀମତୀ ମିଶ୍ରଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଓ ପିଲାମାନେ ଏଥିରେ ସାମିଲ ହୋଇଥିଲେ।

Comments are closed.