ଖୁସି ଖବର : ଟ୍ବେଣ୍ଟି-୨୦ ବିଶ୍ୱକପ୍ ହେଲେ, ଖାଲି ଷ୍ଟାଡିୟମରେ ନୁହେଁ ଦର୍ଶକଙ୍କ ମଧ୍ୟରେ ହେବ ମ୍ୟାଚ୍

ନୂଆଦିଲ୍ଲୀ : କ୍ରିକେଟ୍ ଅଷ୍ଟ୍ରେଲିଆ (CA)ର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ(ସିଇଓ) ନିକ୍ ହୋକଲେ କହିଛନ୍ତି ଯେ, ଯଦି ଟ୍ବେଣ୍ଟି-୨୦ ବିଶ୍ୱକପ ପାଇଁ ୧୫ଟି ଦେଶକୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ଅନୁମତି ଦିଆଯାଏ, ତେବେ ପ୍ରଶଂସକମାନେ ମଧ୍ୟ ଷ୍ଟାଡିୟମରେ ମ୍ୟାଚର ସିଧାପ୍ରସାରଣ ଦେଖିପାରିବେ। ଏହାକୁ ବାରଣ କରାଯାଇନପାରେ।
କୋଭିଡ -୧୯ ମହାମାରୀ ହେତୁ ଚଳିତ ବର୍ଷ ଶେଷରେ ଟି -୨୦ ବିଶ୍ୱକପ ହେବାକୁ ନେଇ କ’ଣ ସବୁ ମାର୍ଗ ରହିଛି ସେ ସବୁକୁ ଖୋଜାଯାଉଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଖାଲି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା । କିନ୍ତୁ ହୋକଲେ କହିଛନ୍ତି ଯେ, ଯଦି ୧୫ଟି କ୍ରିକେଟ ଟିମର ଖେଳାଳି, ଟିମ୍ ସଦସ୍ୟ ଆସି ମ୍ୟାଚ୍ ଆୟୋଜନ କରିହେବ ତେବେ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ କାହିଁକି ହୋଇପାରିବ ନାହିଁ ବୋଲି ହୋକଲେ କହିଛନ୍ତି। ତେବେ ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍ ହେଲେ ଦର୍ଶକଙ୍କ ଉପସ୍ଥିତିରେ ହେବାର ଏକପ୍ରକାର ସମ୍ଭାବନା ଦେଖାଦେଇଛି।

Comments are closed.