ଶୁକ୍ରବାର ସକାଳ ୮ଟାରୁ ୧୦ ମଧ୍ୟରେ ସ୍ଥଳଭାଗ ଛୁଇଁବ ଫନି

ଭୁବନେଶ୍ୱର .- ଶୁକ୍ରବାର ସକାଳ ୮ଟାରୁ ୧୦ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସ୍ଥଳଭାଗ ଅତିକ୍ରମ କରିବ ।  ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ପବନର ବେଗ ୧୭୦ କିଲୋମିଟର ୧୮୦ କିଲୋମିଟର ମଧ୍ୟରେ ରହିବ । ବେଳେ ବେଳେ ପବନର ଗତି ଘଣ୍ଟାପ୍ରତି ୨୦୦ କିଲୋମିଟର ହୋଇପାରେ । ଏହା ପୁରୀ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାର ଅପରାହ୍ନ ୩ଟ୩୦ଟା ସମୟରେ ଫନି  ପୁରୀ ଉପକୂଳଠାରୁ ୩୬୦ କିଲୋମିଟର , ବିଶାଖାପାଟଣାଠାରୁ  ୧୯୦ କିଲୋମିଟର ଦୂରରେ  କେନ୍ଦ୍ରୀଭୂତ ଥିଲା । ଏହା ବଙ୍ଗୋପସାଗର ମଧ୍ୟରେ ଉତ୍ତର ଓ ଉତ୍ତର -ପଶ୍ଚିମ ଦିଗରେ ଗତି କରୁଛି ।

Comments are closed.