ଫନି ପରବର୍ତ୍ତୀ ସତର୍କତା

ଭୁବନେଶ୍ବର : ଭୟଙ୍କର ବାତ୍ୟା ଫନି ପରେ ଏବେ ପ୍ରଭାବିତ ଅଞ୍ଚଳରେ ମହାମାରୀ ତଥା ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପୀବାର ସମ୍ଭାବନା ରହିଛି । ତେଣୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କର୍ତ୍ତୃପଙ୍କ ପକ୍ଷରୁ ବିଭିନ୍ନ ସତର୍କତା ଜାରି କରାଯାଇଛି।

ପାଣିରେ ବୁଡି ଯାଇଥିବା କୂଅ ଓ ନଳକୂଅର ପାଣି ପିଅନ୍ତୁ ନାହିଁ। କିମ୍ବା ପାଣି ଜମିବାକୁ ଦିଅନ୍ତୁ ନାହିଁ । ରନ୍ଧା ଖାଦ୍ୟକୁ ଘୋଡାଇ ରଖନ୍ତୁ ଓ ମାଛି ବସିଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଖାିଇବା ପୂର୍ବରୁ ଏବଂ ଶୌଚ ହେବା ପରେ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ । ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ରହୁଥିଲେ, ଆଶ୍ରୟସ୍ଥଳୀ ନିକଟରେ ମଳତ୍ୟାଗ କରନ୍ତୁ ନାହିଁ।

ସେହିପରି ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ଅଧିକ ଧ୍ୟାନ ଦିଅନ୍ତୁ। ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ଯଥା ସମ୍ଭବ ଖାଦ୍ୟ ଏବଂ ବିଶୁଦ୍ଧ ପାଣି ଦିଅନ୍ତୁ । ପଶୁ ପକ୍ଷୀ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ କିମ୍ବା ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ନିକଟସ୍ଥ ପଶୁ ଚିକିତ୍ସା କେନ୍ଦ୍ରରେ ପରାମର୍ଶ କରନ୍ତୁ ।

Comments are closed.