ସତ୍ୟବାଦୀ ଅଞ୍ଚଳରେ ‘ଫନି’ ପ୍ରଭାବ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳରେ ‘ଫନି’ର ତାଣ୍ଡବ ଆରମ୍ଭ ହୋଇଛି। ‘ଫନି’ ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡି ପଡୁଛି। ନଡ଼ିଆ, ଆମ୍ବ, ପଣସ, ଚାକୁଣ୍ଡା ଆଦି ଗଛ ଭାଙ୍ଗି ପଡୁଛି । ପବନ ଏତେ ତୀବ୍ର ହେଉଛି ଯେ ଘୁ ଘୁ ହୋଇ ଭୀଷଣ ଗର୍ଜନର ଶଦ୍ଦରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହା ସହିତ ଲଗାତାର ବର୍ଷା ଲାଗିରହିଛି। ଅନେକ ଚାଳ ଛପର, ଆଜବେଷ୍ଟସ, ଟିଣ ଛାଉଣି ଘର ଭାଙ୍ଗି ଜାଇଥିବା ଦେଖାଯାଇଛି।

Comments are closed.