ଫଣି ବାତ୍ୟାକୁ ପୁରିଲା ବର୍ଷେ ; ମରାମତି ହେଲାନି ଗୋଶାଳା

ସୁଆଣ୍ଡୋ : ଫଣି ବାତ୍ୟାକୁ ଏକ ବର୍ଷ ପୁରିଛି । ପୁରୀ ଜିଲା ଏହି ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟା ଦ୍ୱାରା ସବୁ ବର୍ଗର ଲୋକମାନଙ୍କର ବିପୁଳ ପରିମାଣର ଧନ ସମ୍ପତ୍ତି ଘର ଦ୍ବାର ଭାଙ୍ଗି ରୁଜି ଯାଇଥିଲା । ଆଜି ମଧ୍ୟ ସତ୍ୟବାଦୀ ବ୍ଲକରେ ପଲିଥିନ ତଳେ ଲୋକମାନେ ରହୁଛନ୍ତି । ତେବେ ବ୍ଲକ ର ଶ୍ରୀ ଗୋବିନ୍ଦ ଜୀଉ ଗୋ ଶାଳାରେ ଥିବା ତୁଣ୍ଡ ଫିଟୁ ନଥିବା ଗାଈ ଗୋରୁ ମାନେ ଦୟନୀୟ ଅବସ୍ଥାରେ ରହିଛନ୍ତି ବୋଲି ବାଲୁଙ୍କେଶର ଚାରିଟେବୁଲ ଟ୍ରଷ୍ଟର ସଭାପତି ମହେଶ୍ବର ପ୍ରଧାନ କହନ୍ତି । ଗୋଶାଳାର ଘର ଆଜବେଷ୍ଟସ ପବନରେ ଉଡିଯାଇଛି । ସେହିପରି ଛଣ ଗଦା ସବୁ ଆକାଶରେ ଉଡି ଚାଲିଗଲା । ବର୍ଷେ ହେଲା ଗାଈ ଗୋରୁ ମେଲାରେ ବୁଲୁଛନ୍ତି । ଗୋଶାଳା ଘର ମରାମତି ଓ ଗୋଖାଦ୍ୟ ଯୋଗାଇ ଦେବାକୁ ନେଇ ବିଡିଓ ଏବଂ ତହସିଲଦାର ଙ୍କୁ ଗୋଶାଳାର ଦୁରାବସ୍ଥା ସମ୍ପର୍କରେ କହି ଆସିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ଗୋଶାଳାକୁ ମିଳି ନାହିଁ ବୋଲି ସଭାପତି କହନ୍ତି । ଏ ସମ୍ପର୍କରେ ତହସିଲଦାର କସ୍ତୁରୀ ପ୍ରଧାନ କହିଛନ୍ତି କରୋନା କୁ ନେଇ ପ୍ରଶାସନ ବ୍ୟସ୍ତ ରହିଛି । ସେଥିଲାଗି ଫନି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ କାମ ଚାଲିଛି , ବହୁ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଥିଲେ ।

 

Comments are closed.