ପୁରୀର ନିକଟତର ହେଉଛି  ଅତି ଭୀଷଣ ସାମୁଦ୍ରିକ ଝଡ ଫନି

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ ଫନି  ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେଉଛି । ଏହା ସନ୍ଧ୍ୟା ୮ଟା ୩୦ ସୁଦ୍ଧା ପୁରୀଠାରୁ ମାତ୍ର ୨୪୦ କିଲୋମିଟର ଦୂରରେ ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ଥିଲା । ଏହା ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୧୩ କିଲୋମିଟର  ଆଗକୁ ବଢୁଛି।

ଶୁକ୍ରବାର ସକାଳେ ଏହା ପୁରୀ ନିକଟରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି । ଫନି ସ୍ଥଳଭାଗକୁ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦-୧୮୦ କିଲୋମିଟର ରହିବ । ବେଳେ ବେଳେ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି ।

Comments are closed.