ବାତ୍ୟା ଫନି ଯୋଗୁଁ ୧୨ ହଜାର କୋଟିର କ୍ଷତି- ପ୍ରାଥମିକ ରିପୋର୍ଟ

ଭୁବନେଶ୍ୱର- ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ୧୨ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଦେଇଛନ୍ତି । ପୁରୀ, ଖୋର୍ଦ୍ଧା , କଟକ ଜିଲ୍ଲାରେ ଏଥିଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ଯେଉଁ ସବୁ ବିଭାଗରେ କ୍ଷୟକ୍ଷତି ହୋଇଛି ରାଜ୍ୟ ସରକାର ସେ ସବୁର ବିବରଣୀ ପ୍ରକାଶ କରିଛନ୍ତି । ଏହା ୧୧,୯୪୨ କୋଟି ଟଙ୍କା ଦର୍ଶାଯାଇଛି ।

ଏହି ରିପୋର୍ଟକୁ କେନ୍ଦ୍ରୀୟ ଟିମ୍‌କୁ ପ୍ରଦାନ କରାଯାଇଛି । ଚାଷ ଜମି, ଟେଲି ଯୋଗାଯୋଗ, ବିଦ୍ୟୁତ ସରୋବରାହ ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଥିବାଏଥିରେ ଦର୍ଶାଯାଇଛି ।

Comments are closed.