‘ଫନି’ କ୍ଷତିଗ୍ରସ୍ଥଙ୍କ ପାଇଁ ପାଣ୍ଠି ସଂଗ୍ରହ କଲେ ପୁଲିସ

କୋଟଗଡ : ‘ଫନି’ରେ କ୍ଷତିଗ୍ରସ୍ଥ ଲକ୍ଷାଧିକ ଜନସାଧାରଣଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ ସହାୟତାର ହାତ ବଢାଇଥିବାବେଳେ ଶୁକ୍ରବାର କୋଟଗଡ଼ ପୁଲିସ ପକ୍ଷରୁ ଥାନା ଅଧିକାରୀ ଲଖ୍ମଣ ସେଠୀଙ୍କ ନେତୃତ୍ୱରେଏ.ଏସ.ଆଇ- କୁଳମଣି ରାଉତ, ବିଷ୍ଣୁ ଚରଣ କହଁର, ଏସ.ଆଇ -ନିଳାଞ୍ଚଳ ଜେନାଙ୍କ ସମେତ ସମସ୍ତ ପୁଲିସ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଲୋକଙ୍କ ପାଖକୁ ଯାଇ ପାଣ୍ଠି ସଂଗ୍ରହ କରିଛନ୍ତି। ଉକ୍ତ ସଂଗ୍ରୃହିତ ଟଙ୍କାକୁ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ପଠାଇଦିଆଯିବ ବୋଲି କହିଛନ୍ତି।

Comments are closed.