ବୁଧବାର ଠାରୁ ଆରମ୍ଭ ହେବ ଘରଭଙ୍ଗା ସର୍ଭେ

ଭୁବନେଶ୍ବର : ରାଜ୍ୟର ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ବୁଧବାର (ଆସନ୍ତାକାଲି)ଠାରୁ ଘରଭଙ୍ଗା ସର୍ଭେ ଆରମ୍ଭ କରାଯିବ । ସର୍ଭେରେ ଯାହାର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ବା ନଷ୍ଟ ହୋଇଯାଇଛି ତାଙ୍କୁ ନୂଆ ପକ୍କା ଘର ଯୋଗାଇ ଦିଆଯିବ। ୧୪ଟି ଜିଲ୍ଲାରେ ଘର ଘର ବୁଲି ସର୍ଭେ କରାଯିବ ବୋଲି ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଆସନ୍ତାକାଲିଠାରୁ ଏହି ସର୍ଭେ ଆରମ୍ଭ ହୋଇ ସପ୍ତାହକ ମଧ୍ୟରେ ଶେଷ ହେବ। ଏହାପରେ ଜୁନ୍‍ ପହିଲାରୁ ଘର ତିଆରି ପାଇଁ କାର୍ଯ୍ୟାଦେଶ ଦେବା
ଆରମ୍ଭ କରାଯିବ। ସୂଚନାଯୋଗ୍ୟ, ବାତ୍ୟାରେ ପ୍ରାୟ ୫ ଲକ୍ଷ ଘର ଭାଙ୍ଗିଛି ବୋଲି ରାଜ୍ୟ ସରକାର କହିଛନ୍ତି।

Comments are closed.