ବାତ୍ୟା କ୍ଷତିଗ୍ରସ୍ତ ପାଇଁ ସହାୟତା ଘୋଷଣା

ଭୁବନେଶ୍ବର : ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ବିଷେଶ କରି ଉଠା ଦୋକାନୀ, କୁକୁଡା ପାଳକ ଓ ନଡ଼ିଆ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟର ୧୧ଟି ପୌର ସଂସ୍ଥାର ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଁଏ ସହାୟତା ପ୍ରଦାନ କରାଯିବ। ପ୍ରାୟ ୩୦ ହଜାର ଉଠା ଦୋକାନୀଙ୍କୁ ସହାୟତା ଦିଆଯିବ ।
ଅନ୍ୟପକ୍ଷରେ ୨ ହଜାର କ୍ଷୁଦ୍ର କୁକୁଡା ଚାଷୀଙ୍କୁ ସହାୟତା ମିଳିବ। ପ୍ରତି କ୍ଷତିଗ୍ରସ୍ତ ​‌ କୁକୁଡା ଚାଷୀଙ୍କୁ ୧ ଲକ୍ଷରେ ୭୫% ରିଆତି ମିଳିବ। ସେହିପରି ନଡ଼ିଆ ଚାଷୀଙ୍କୁ ଭାଙ୍ଗି ଯାଇଥିବା ଗୋଟିଏ ନଡ଼ିଆ ଗଛ ପାଇଁ ୫୦୦ ଟଙ୍କା ମିଳିବ। ଜଣେ ଚାଷୀଙ୍କୁ ସର୍ବାଧିକ ୨୫ଟି ଗଛ ପାଇଁ ସହାୟତା ମିଳିବ।

Comments are closed.