କର୍ତ୍ତବ୍ୟରେ ଅବହେଳା ଯୋଗୁଁ ୪ ଡାକ୍ତର ନିଲମ୍ବିତ

ପୁରୀ : ବତ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟ ବ୍ୟବସ୍ଥା ପରିଚାଳନାରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ୪ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଜଣେ ଡାକ୍ତରଙ୍କୁ ବଦଳି କରାଯାଇଛି । କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ଚିଲିକା ଡାକ୍ତର ନୂଆପଡ଼ାର ଜାକେଶ ସାମନ୍ତରାୟ ଓ ଡାକ୍ତର ଜାହାନା ପରୱିନ ଏବଂ ବ୍ରହ୍ମଗିରି ବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବାପୁଜୀ ନାୟକ ଓ ଡାକ୍ତର ଜସ୍ମିନ ନୀଳିମା ପଣ୍ଡାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରାମଚନ୍ଦ୍ର ରାଉତଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନୂଆ ସିଡିଏମଓ ଭାବେ ନିଯୁକ୍ତି ଦିଆଯାଇଛି ।

Comments are closed.