ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ ‘ଫନି’

ଭୁବନେଶ୍ବର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ପୁରୀର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ୫୧୦କିଲୋମିଟର ଦୂରରେ ରହିଛି। ଫନି ଘଣ୍ଟା ପ୍ରତି ୭କିମି ବେଗରେ ଓଡିଶା ମୁହାଁ ହେଉଛି। ‘ଫନି’ ୩ ତାରିଖ ଅପରାହ୍ନରେ ଗୋପାଳପୁର ଓ ଚାନ୍ଦବାଲି ମଝିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିମି ବେଗ ରହିବ। କେତେକ ସ୍ଥାନରେ ପବନର ବେଗ ଘଣ୍ଟାକୁ  ୨୦୦କିମି ରହିବ। ତେବେ ‘ଫନି’ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

 

Comments are closed.