ବାତ୍ୟା ଫନି ପରେ ରାଜ୍ୟ ସରକାରଙ୍କର ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ ଫନିର କ୍ଷୟ କ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡିଶା ଆସିଛନ୍ତି । ମଙ୍ଗଳବାର ଓ ବୁଧବାରରେ ଟିମ୍‌ର ସଦସ୍ୟ ପୁରୀ , ଖୋର୍ଦ୍ଧା ଓ କଟକର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି । ପରେ ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଆଲୋଚନା କରିଛନ୍ତି ।

ବୈଠକ ପରେ କେନ୍ଦ୍ରୀୟ ଟିମ୍‌ର ମୁଖ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲେ । ଭାରତ ସରକାର ଓଡିଶା ସରକାରଙ୍କ ସହ ରହିଛନ୍ତି । ଗତ ୨-୩ ଦିନ ମଧ୍ୟରେ ସେ ବିଭିନ୍ନ ଫନି ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ପୁରୀରେ ଅତ୍ୟଧିକ କ୍ଷୟକ୍ଷତି ହୋଇଛି । ବିଦ୍ୟୁତ ସରୋବରାହ, ଟେଲିଯୋଗାଯୋଗ, ଘର ଦ୍ୱାର, ଜୀବନ ଜୀବୀକା, ଚାଷ, ପାନୀୟ ଜଳ ଯୋଗାଣ ଏଥିରେ ପବହୁଳ ଭାବେ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ରାଜ୍ୟ ସରକାର ରିଲିଫ ଓ ପୁନରଉଦ୍ଧାର କାର୍ଯ୍ୟ ବେଶ୍‌ ଭଲ ଭାବରେ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଲୋକଙ୍କୁ ଚାଉଳ ଓ ରିଲିଫ ଟଙ୍କା ଦିଆଯାଇଛି । ଆଶ୍ରୟସ୍ଥଳ ପାଇଁ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାର ଏଥିରାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବେବୋଲି ସେ କହିଛନ୍ତି ।

Comments are closed.