ସୌରମଣ୍ଡଳର ଏକ ତାରାକୁ ସୁଶାନ୍ତଙ୍କ ନାଁରେ ନାମିତ କଲେ ପ୍ରଶଂସକ!

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କୁ ଅନନ୍ୟ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ତାଙ୍କର ଜଣେ ପ୍ରଶଂସକ। ଫ୍ୟାନ୍‌ ଜଣକ ସୁଶାନ୍ତଙ୍କ ନାଁରେ ଏକ ତାରାର ନାମକରଣ କରିଥିବା ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି। ସୁଶାନ୍ତଙ୍କ ଏହି ଫ୍ୟାନ୍‍ଙ୍କ ଟ୍ୱିଟର ଆକାଉଣ୍ଟ ରକ୍ଷା ନାଁରେ ଅଛି। ଆକାଉଣ୍ଟ ମୁତାବକ ରକ୍ଷା ୟୁନାଇଟେଡ଼୍‍ ଷ୍ଟେଟରେ ବାସ କରନ୍ତି।

ରକ୍ଷା ନିଜ ଟ୍ୱିଟ୍‍ ସହ ଏକ ସାର୍ଟିଫିକେଟର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘‘ସୁଶାନ୍ତ ସବୁବେଳେ ତାରାଙ୍କ ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ। ତେଣୁ ତାଙ୍କ ନାଁରେ ଏକ ତାରାର ନାମକରଣ କରିବାକୁ ମୁଁ ଠିକ୍‌ ଭାବିଲି। ଆପଣ ସବୁବେଳେ ଏମିତି ଚମକୁଥାଆନ୍ତୁ’’। ଏହାସହିତ ଶେୟାର କରିଥିବା ସାର୍ଟିଫିକେଟ୍‍ ଅନୁସାରେ, ଆର୍‍ଏ.୨୨.୧୨୧ ପୋଜିସନରେ ଥିବା ତାରାକୁ ସୁଶାନ୍ତ ସିଂହ ରାଜପୁତ ଭାବେ ନାମିତ କରାଯାଇଛି। ତେବେ ଫ୍ୟାନ୍‍ ଜଣକ ଶେୟାର କରିଥିବା ଏହି ସାର୍ଟିଫିକେଟର ସତ୍ୟତା ନେଇ କୌଣସି ପ୍ରମାଣ ମିଳିନାହିଁ। ସାମାଜିକ ଗଣମାଧ୍ୟମରେ ଏହି ଟ୍ୱିଟ୍‍ ଖୁବ୍‍ ଭାଇରାଲ ହେଉଛି।

Comments are closed.