କରୋନାରେ ଆକ୍ରାନ୍ତ ହେଲେ ଏହି ପ୍ରଖ୍ୟାତ କବି

ଇନ୍ଦୋର: ପ୍ରଖ୍ୟାତ କବି ରାହତ ଇନ୍ଦୌରୀ କରୋନା ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାହତ ଇନ୍ଦୌରୀଙ୍କ ପୁଅ ସତ୍‌ଲଜ ଏହି ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ରାହତ ଇନ୍ଦୌରୀ ନିଜେ ଏ ନେଇ ଟ୍ବିଟ୍‌ କରିଛନ୍ତି।

ପୁଅ ସତ୍‌ଲଜ କହିଛନ୍ତି, ତାଙ୍କ ପିତା ରାହତ ଇନ୍ଦୌରୀଙ୍କୁ ଇନ୍ଦୋରର ଅରବିନ୍ଦ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟ ପ୍ରତି କୌଣସି ବିପଦ ନାହିଁ। ରାହତ ଇନ୍ଦୌରୀ ଟ୍ବିଟ୍‌ କରି କହିଛନ୍ତି, ମୋଠାରେ କୋଭିଡ୍‌ର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ କରୋନା ପରୀକ୍ଷା କରାଇଥିଲା। ଏହାର ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ଅରବିନ୍ଦ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଆଶୀର୍ବାଦ କରନ୍ତୁ ଖୁବଶୀଘ୍ର ମୁଁ କରୋନାକୁ ହରାଇବି।

Comments are closed.