ନୋଏଡାରେ ପ୍ରସିଦ୍ଧ ଲୋକ ଗାୟିକାଙ୍କୁ ହତ୍ୟା

ନୋଏଡା: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ପ୍ରସିଦ୍ଧ ଲୋକସଙ୍ଗୀତ ଗାୟିକା ସୁଷମାଙ୍କୁ ହତ୍ୟା କରାଯାଇଛି। କେତେଜଣ ଅଜଣା ଦୁର୍ବୃତ୍ତ ତାଙ୍କୁ ମଙ୍ଗଳବାର ରାତିରେ ତାଙ୍କ ବାସଭବନ ନିକଟରେ ଗୁଳିକରି ହତ୍ୟା କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୮ଟାରେ ଏହି ହତ୍ୟାକାଣ୍ଡ ଘଟିଛି। ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଗୌତମ ବୁଦ୍ଧ ନଗର ଅନ୍ତର୍ଗତ ମିତ୍ର ସୋସାଇଟି ପାଖରେ ଅତି ନିକଟରୁ ତାଙ୍କୁ ୪ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ। ୨୫ ବର୍ଷୀୟା ସୁଷମାଙ୍କ ଉପରେ ଏହା ୨ୟ ଆକ୍ରମଣ ହୋଇଥିବାବେଳେ ଗତ ଅଗଷ୍ଟ ୧୦ ତାରିଖରେ ବୁଲନ୍ଦସହର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୪ରେ ସୁଷମା ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ପରେ ସେ ତାଙ୍କ ପ୍ରେମିକ ଗଜେନ୍ଦ୍ର ଭଟିଙ୍କ ସହିତ ଗ୍ରେଟର ନୋଏଡାରେ ଲିଭ୍‌ ଇନରେ ରହୁଥିଲେ।

Comments are closed.