ହୃଦଘାତର ଶିକାର ହୋଇ ଆଇସିୟୁରେ ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି’ସୁଜା

ମୁମ୍ବଇ : ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୋଜାଙ୍କର ହୃଦଘାତର ଶିକାର ହୋଇଛନ୍ତି ।ହୃଦଘାତ ହେବାପରେ ରେମୋଙ୍କୁ ମୁମ୍ବଇର କୋକିଲାବେନ ଧିରୁବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି । ରିପୋର୍ଟ ଅନୁଯାୟୀ ରେମୋ ଡିସୋଜାଙ୍କ ହାର୍ଟରେ ବ୍ଲକେଜ ହେବା ପରେ ତାଙ୍କର ଆଂଜିଓଗ୍ରାଫୀ କରାଯାଇଛି ।

ସୂଚନାଯୋଗ୍ୟ ରେମୋ ଡି’ସୁଜା ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କୋରିଓଗ୍ରାଫ୍ କରିଛନ୍ତି ।ବ୍ୟାଗ୍‌ଗ୍ରାଉଣ୍ଡ ନୃତ୍ୟଶିଳ୍ପୀରୁ ରେମୋଙ୍କ କୋରିଓଗ୍ରାଫର ଯାତ୍ରା ଏତେ ସହଜ ନଥିଲା । ଏଥି ପାଇଁ ତାଙ୍କୁ ବହୁ ପରିଶ୍ରମ ମଧ୍ୟ କରିବାକୁ ପଡିଛି ।  ରେମୋଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା F.A.L.T.U ଯାହା ୨୦୧୧ ରେ ମୁକ୍ତିଲାଭ କରିଥିଲା ​​। ଏହା ପରେ ରେମୋ ABCD, ଦି ଫ୍ଲାଇଙ୍ଗ ଜଟ୍ ଏବଂ ରେସ୍ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ABCD 2’ । ଏହା ବ୍ୟତୀତ ରେମୋ ଡି’ସୁଜା ମଧ୍ୟ ଅନେକ ରିଆଲିଟି ସୋ’ର ବିଚାରକ ଭାବେ ମଧ୍ୟ ନଜର ଆସିଛନ୍ତି ।ଡାନ୍ସ ଇଣ୍ଡିଆ ଡାନ୍ସ, ଡାନ୍ସ ପଲ୍ସ ଓ ଝଲକ ଦିଖଲାଜା ଭଳି ସୋରେ ସେ ଜଜ୍ ଭାବେ ନଜର ଆସିଛନ୍ତି ରେମୋ ଡି’ସୁଜା ।

Comments are closed.