ସୁରଜ ଓ ଭାସ୍କରଙ୍କ ପରିବାର ପାଇବେ ରାଷ୍ଟ୍ରୀୟ ଦଧୀଚି ସମ୍ମାନ

କଟକ: ପଞ୍ଚମ ଦଧୀଚି ମହୋତ୍ସବ ଅବସରରେ ଚଳିତ ମାସ ୧୯ ତାରିଖ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସୁରଜ ଓ ଭାସ୍କରଙ୍କ ପରିବାରକୁ ରାଷ୍ଟ୍ରୀୟ ଦଧୀଚି ସମ୍ମାନରେ ସମ୍ମାନିତ କରାଯିବ। ଏକ ପ୍ରେସ ଇସ୍ତାହାରରେ ‘ବଡ଼ି’ର ସଭାପତି ଡ. ପ୍ରଭାସ ଆଚାର୍ଯ୍ୟ କହିଛନ୍ତି ଯେ ପଞ୍ଚମ ଦଧୀଚି ମହୋତ୍ସବରେ ୩୪୧ ଜଣ ଶରୀର ଦାତାଙ୍କୁ ଦଧୀଚି ସମ୍ମାନ, ୧୦ ଜଣଙ୍କୁ ଦଧୀଚି ସଂଗଠକ ସମ୍ମାନ ଏବଂ ଜଣକୁ ଡ଼ା ଜଗନ୍ନାଥ ଦାସ ସମ୍ମାନ ପ୍ରଦାନ କରାଯିବ। ଗତ ଅକ୍ଟୋବର ମାସରେ ଗୁଜୁରାଟର ସୁରଟଠାରେ ମୃତ୍ୟୁ ପରେ ସେଠାରେ ଅଙ୍ଗଦାନ କରିଥିବା ସୁରଜ ସେଠି ଓ ମହାରାଷ୍ଟ୍ରର ନାଗପୁର ଠାରେ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଅଙ୍ଗଦାନ କରିଥିବା ଭାସ୍କର ବିଶ୍ୱନାଥ ମିଶ୍ରଙ୍କ ପରିବାରକୁ ମରଣୋତ୍ତର ଭାବେ ରାଷ୍ଟ୍ରୀୟ ଦଧୀଚି ସମ୍ମାନ ପ୍ରଦାନ କରାଯିବ।

ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନ୍ୟାୟମୂର୍ତ୍ତି ଡଃ ଅକ୍ଷୟ କୁମାର ମିଶ୍ର, ଦୁର୍ନୀତି ବିଭାଗ ନିର୍ଦ୍ଦେଶକ ଡଃ ଦେବାଶିଷ ପାଣିଗ୍ରାହୀ, ପ୍ରଫେସର ଡଃ ବତ୍ସଳା ଦ୍ବିବେଦୀ, ପ୍ରଫେସର ଡ଼ା. ସିବିକେ ମହାନ୍ତି, ପୂର୍ବତନ ପୁଲିସ ନିର୍ଦ୍ଦେଶକ ଗୋପାଳ ନନ୍ଦ, ଲୋକସେବକ ମଣ୍ଡଳ ଅଧ୍ୟକ୍ଷ ଦୀପକ ମାଲବ୍ୟ, ‘ସମାଜ’ର ପ୍ରକାଶକ ମୁଦ୍ରାକର ନିରଞ୍ଜନ ରଥ, ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡା, ଆପୋଲୋ ହସ୍ପିଟାଲର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ଏମ ଡିଗୀକର, ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ‘ବଡ଼ି’ର ଉପସଭାପତି ଡ଼ା. ପ୍ରଫୁଲ୍ଲ କୁମାର ମହାପାତ୍ର, ପୂର୍ବତନ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଓଡିଶା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ବିଜୟ କୁମାର ମହାପାତ୍ର, ଫକୀର ମୋହନ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ରଥ ଏବଂ ‘ସୋଟୋ’ର ଯୁଗ୍ମ ନିର୍ଦ୍ଦେଶକ ଡଃ ରୁଦ୍ରାଶୀଷ ସାମଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.