ଶିକାର କରିବାକୁ ଯାଇ ଜଙ୍ଗଲରେ ଯୁବକର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମୁଖୀଗୁଡା : ଜଙ୍ଗଲ କୁ ଶିକାର କରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ନିଜ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ଘଟଣା ଘଟିଛି କୁଳିଆମୁଡ଼ା ଜଙ୍ଗଲରେ । ଜୟପାଟଣା ଥାନା ଅନ୍ତର୍ଗତ ବଦପୁଝାରିଗୁଡା ପଂଚାୟତ ସବିଗୁଡାର ସୁରେନ୍ଦ୍ର ରାଉତ(୨୬)ନିଜ ଗାଁର ମହେଶ ପୁଝାରି, ଶିଶିର ରାଉତ, ଯୁବରାଜ ପୁଝାରି ଏବଂ ସୁପାଡ଼ ଗ୍ରାମର ଭୁରଲି ସହ ଗତକାଲି ଦିନ ୧୦ଟାରୁ କୁଳିଆମୁଡ଼ା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ସୁରେନ୍ଦ୍ର ସନ୍ଧ୍ୟାରେ ଘରକୁ ନ ଫେରିବାରୁ ସାଙ୍ଗରେ ଯାଇଥିବା ଯୁବକକୁ ସୁରେନ୍ଦ୍ରର ବାପା ପଚାରିବାରୁ ପଛରେ ଆସୁଛି ବୋଲି କହିଥିଲେ କିନ୍ତୁ ସୁରେନ୍ଦ୍ର ଆଜି ସକାଳ ସୁଦ୍ଧା ନ ଆସିବାରୁ ତାଙ୍କ ବାପା ଜଙ୍ଗଲକୁ ଆଜି ଖୋଜିବାକୁ ଯାଇଥିଲେ। ଜଙ୍ଗଲର ନାଳ ପାଖରେ ସୁରେନ୍ଦ୍ରର ମୃତଦେହ ପଡିଥିବା ଦେଖି ଜୟପାଟଣା ପୁଲିସକୁ ସୂଚନା ଦେଇଥିଲେ । ଜୟପାଟଣା ଆଇଆଇସି ରଶ୍ମିତା ପ୍ରଧାନ, ଏସଆଇ ଲିଙ୍ଗରାଜ ସେଠି ଏବଂ ଧର୍ମଗଡ଼ ଏସଡିପି ଓ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ । ମୃତ ସୁରେନ୍ଦ୍ରଙ୍କ ପାଖରେ ଏକ ବନ୍ଧୁକ ପଡିଥିଲା । ସୁରେନ୍ଦ୍ରକୁ ଗୁଳି କରି ହତ୍ୟା କରାଯାଇଥିବା ମୃତ ସୁରେନ୍ଦ୍ରର ପିତା ଅଭିଯୋଗ କରିଛନ୍ତି । ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି। ଜୟପାଟଣା ଥାନାରେ ମାମଲା ରୁଜୁ ହୋଇ ୨ ଜଣଙ୍କୁ ଅଟକ ରଖାଯାଇଛି । ଅନ୍ୟ ୨ଜଣ ଫେରାର ଅଛନ୍ତି।

Comments are closed.